Masthead

ବାପଘରୁ ଟଙ୍କା ନଆଣିବାରୁ ସଇତାନ ସାଜିଲା ସ୍ୱାମୀ

ଉଦଳା (ବଡ଼ ଖବର ବ୍ୟୁରୋ): ବାପଘରୁ ଟଙ୍କା ନଆଣିବାରୁ ସଇତାନ ସାଜିଲା ସ୍ୱାମୀ । ଶ୍ୱଶୁର, ସ୍ୱାମୀ ଏବଂ ନଣନ୍ଦ ମିଶି ବୋହୁକୁ ପୋଡି ମାରିବାକୁ ଉଦ୍ୟମ । ଏଭଳି ଘଟଣା ଘଟିଛି ଉଦଳା ଥାନା ହାତୀସାହି ଗ୍ରାମରେ । ମା’ ଉପରେ ହୋଇଥିବା ନିର୍ଯ୍ୟାତନାକୁ ବୟାନ କରିଛି ଛୋଟ ଝିଅ । ଉଦଳା ଥାନା ଅଧିନ କଲେଜ ନିକଟରେ ରହୁଥିବା ରମାକାନ୍ତ ବାରିକ ଏବଂ ମାଳତୀ ବାରିକଙ୍କ ଝିଅ ପୁଷ୍ପିତା ବାରିକ ହାତୀସାହି ଗ୍ରାମର ହେମନ୍ତ ଚୌଧୁରୀଙ୍କୁ ବିବାହ କରିଥିଲେ ।

ବିବାହକୁ ୯ ବର୍ଷ ବିତିଯାଇଥିବା ବେଳେ ବାରମ୍ବାର ତାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିଲେ । ହେଲେ ଗୁରୁବାର ନିର୍ଯ୍ୟାତନା ସୀମା ପାର କରିଥିଲା । ବାପଘରୁ ୫୦ ହଜାର ଟଙ୍କା ଆଣିବା ପାଇଁ ପୁଷ୍ପିତାଙ୍କୁ ତାଙ୍କ ସ୍ୱାମୀ ହେମନ୍ତ ବାଧ୍ୟ କରିଥିଲେ । ଟଙ୍କା ନେବା ପାଇଁ ପୁଷ୍ପିତା ବାପଘରକୁ ଆସି ୧୦ ହଜାର ଟଙ୍କା ନେଇ ଶ୍ୱଶୁର ଘରକୁ ଫେରିଥିଲେ । କମ୍ ଟଙ୍କା ନେଇ ଫେରିଥିବାରୁ ଏହାକୁ ନେଇ ଆରମ୍ଭ ହୋଇଥିଲା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ । ବାକି ଟଙ୍କା ତୁରନ୍ତ ଆଣିବାକୁ କହିବା ସହିତ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ସ୍ୱାମୀ ।

ଶେଷରେ ଗୁରୁବାର ରାତିରେ ସ୍ୱାମୀ ହେମନ୍ତ, ଶ୍ୱଶୁର ଏବଂ ଦୁଇ ନଣନ୍ଦ, ପୁଷ୍ପିତାଙ୍କୁ ମାଡ ମାରିବା ସହିତ କିରୋସିନି ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ । ନିଆଁରେ ପୁଷ୍ପିତାଙ୍କ ବାମ ହାତ ପୋଡି ଯିବା ସହିତ ଗୋଡ ଏବଂ ଶାଢୀ ମଧ୍ୟ ପୋଡି ଯାଇଛି । ପୁଷ୍ପିତା ଘଟଣା ବାବଦରେ ବାପଘର ଲୋକଙ୍କୁ ଜଣାଇବା ପରେ ବାପଘର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହା ସହିତ ପୁଷ୍ପିତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ବାବଦରେ ତାଙ୍କ ମାଆ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି