ବାପଘରୁ ଟଙ୍କା ନଆଣିବାରୁ ସଇତାନ ସାଜିଲା ସ୍ୱାମୀ

ଉଦଳା (ବଡ଼ ଖବର ବ୍ୟୁରୋ): ବାପଘରୁ ଟଙ୍କା ନଆଣିବାରୁ ସଇତାନ ସାଜିଲା ସ୍ୱାମୀ । ଶ୍ୱଶୁର, ସ୍ୱାମୀ ଏବଂ ନଣନ୍ଦ ମିଶି ବୋହୁକୁ ପୋଡି ମାରିବାକୁ ଉଦ୍ୟମ । ଏଭଳି ଘଟଣା ଘଟିଛି ଉଦଳା ଥାନା ହାତୀସାହି ଗ୍ରାମରେ । ମା’ ଉପରେ ହୋଇଥିବା ନିର୍ଯ୍ୟାତନାକୁ ବୟାନ କରିଛି ଛୋଟ ଝିଅ । ଉଦଳା ଥାନା ଅଧିନ କଲେଜ ନିକଟରେ ରହୁଥିବା ରମାକାନ୍ତ ବାରିକ ଏବଂ ମାଳତୀ ବାରିକଙ୍କ ଝିଅ ପୁଷ୍ପିତା ବାରିକ ହାତୀସାହି ଗ୍ରାମର ହେମନ୍ତ ଚୌଧୁରୀଙ୍କୁ ବିବାହ କରିଥିଲେ ।

ବିବାହକୁ ୯ ବର୍ଷ ବିତିଯାଇଥିବା ବେଳେ ବାରମ୍ବାର ତାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିଲେ । ହେଲେ ଗୁରୁବାର ନିର୍ଯ୍ୟାତନା ସୀମା ପାର କରିଥିଲା । ବାପଘରୁ ୫୦ ହଜାର ଟଙ୍କା ଆଣିବା ପାଇଁ ପୁଷ୍ପିତାଙ୍କୁ ତାଙ୍କ ସ୍ୱାମୀ ହେମନ୍ତ ବାଧ୍ୟ କରିଥିଲେ । ଟଙ୍କା ନେବା ପାଇଁ ପୁଷ୍ପିତା ବାପଘରକୁ ଆସି ୧୦ ହଜାର ଟଙ୍କା ନେଇ ଶ୍ୱଶୁର ଘରକୁ ଫେରିଥିଲେ । କମ୍ ଟଙ୍କା ନେଇ ଫେରିଥିବାରୁ ଏହାକୁ ନେଇ ଆରମ୍ଭ ହୋଇଥିଲା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ । ବାକି ଟଙ୍କା ତୁରନ୍ତ ଆଣିବାକୁ କହିବା ସହିତ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ସ୍ୱାମୀ ।

ଶେଷରେ ଗୁରୁବାର ରାତିରେ ସ୍ୱାମୀ ହେମନ୍ତ, ଶ୍ୱଶୁର ଏବଂ ଦୁଇ ନଣନ୍ଦ, ପୁଷ୍ପିତାଙ୍କୁ ମାଡ ମାରିବା ସହିତ କିରୋସିନି ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ । ନିଆଁରେ ପୁଷ୍ପିତାଙ୍କ ବାମ ହାତ ପୋଡି ଯିବା ସହିତ ଗୋଡ ଏବଂ ଶାଢୀ ମଧ୍ୟ ପୋଡି ଯାଇଛି । ପୁଷ୍ପିତା ଘଟଣା ବାବଦରେ ବାପଘର ଲୋକଙ୍କୁ ଜଣାଇବା ପରେ ବାପଘର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହା ସହିତ ପୁଷ୍ପିତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ବାବଦରେ ତାଙ୍କ ମାଆ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ