Masthead

ସିବିଆଇକୁ ତଦନ୍ତଭାର ଦିଆଯାଉ: ସମୀର ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଜେପି ସଭାପତି ସମରୀ ମହାନ୍ତି । କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପ୍ରସଂଗରେ ଆଇନ ମନ୍ତ୍ରୀଙ୍କ ଉତ୍ତରରେ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରିବେ । ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ, ଆଉ କିଛି ନାହିଁ । ଏହି ଘଟଣା ବିଶ୍ୱବ୍ୟାପି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ଜଗନ୍ନାଥଙ୍କ ମହଣ ମହଣ ସୁନା ରୁପା ଭିତର ଭଣ୍ଡାରରେ ଗଛିତ ଥିବାବେଳେ, ହାଇକୋର୍ଟ ଅର୍ଡରରେ ଖୋଲିବାକୁ ଯାଇ ଖୋଲିଲେନି ।

ସମସ୍ତେ କହିବା ପରେ ବି କାହିଁକି ରତ୍ନଭଣ୍ଡାର ଖୋଲା ଯାଉ ନାହିଁ । ୧୯୭୮ ମସିହାରେ ଖୋଲା ଯାଇଥିଲା । ଆମେ ଯେତେବେଳେ ଲକରରେ କିଛି ରଖୁଛେ ତାକୁ କଣ ତଦାରଖ କରୁନେ । କାହିଁକି ଖୋଲିବେନି ରାଜ୍ୟ ସରକାର, ଏହା ମୋର ମୌଳିକ ପ୍ରଶ୍ନ ଏବଂ ଏହାକୁ ନେଇ ହାଇକୋର୍ଟ ଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଏକ କମିଟି ଗଠନ କରି, ରାଜ୍ୟପାଳଙ୍କ ଦ୍ୱାରା ରତ୍ନଭଣ୍ଡାର ଖୋଳାଯାଉ । ସିଟିଙ୍ଗ ଜଜଙ୍କ ନେତୃତ୍ୱରେ ଖୋଳାଯାଉ ଏବଂ ଇନଭେନଟୋରୀ ପ୍ରସ୍ତୁତ ହେଉ ।

ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ସରକାର, ରତ୍ନଭଣ୍ଡାର ଚାବି କାହିଁକି କେମିତି ହଜିଲା ତାକୁ ଧରି ଦଣ୍ଡିତ କରାଯାଉ । ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କଠୁ କମିଶନ ବସିବା ଲାଗି ଯେଉଁ ଅର୍ଥ ଖର୍ଚ୍ଚ ହେଲା ତାର ପଇସା ଅଧିକାରୀଙ୍କଠୁ ଆଦାୟ କରାଯାଉ । ସରକାର ଜଗନ୍ନାଥପ୍ରେମୀଙ୍କ ଆଗରେ ନିଜର ସ୍ୱଛତା ପ୍ରମାଣିତ କରିପାରିବେ, ଏଠାରେ ସରକାର ଉତ୍ତରଦାୟିତ୍ୱ କାହିଁକି ରଖୁନାହାନ୍ତି, ପଛଘୁଞ୍ଚା କାହିଁକି ଦେଉଛନ୍ତି । କାହିଁକି ଖୋଲୁ ନାହାନ୍ତି ତାର ଉତ୍ତର କଣ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼