Masthead

ଧରାପଡିଲା କୋଟିପତି ଗଞ୍ଜେଇ ମାଫିଆ

ଉଦଳା(ବଡ଼ ଖବର ବ୍ୟୁରୋ): ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ଆଖରେ ଧୂଳିଦେଇ ଚୋରା ଚାଲାଣ କରୁଥିଲେ କପ୍ତିପଦା ଥାନା କୟାଁଖୁଂଟା ଗ୍ରାମର ଶରତ ନାଏକ । ସେ ଦୁଇବର୍ଷ ହେବ ଏହି ଅସାଧୁ କାରବାର କରିଆସୁଥିଲେ । ସ୍ପେସାଲ୍ ସ୍କ୍ବାର୍ଡ ଏ ସମ୍ପର୍କରେ ଖବର ପପାଇ ପୋଲିସ ସହାୟତାରେ ଚଢାଉ କରି ଗିରଫ କରିଛି । ଆଲିଶାନ ବଙ୍ଗଳାରେ ରହୁଥିବା ଶରତ ଗଞ୍ଜେଇ ରଖନ୍ତି ଭଙ୍ଗା ଦଦରା ଘରେ ।

ଉଦଳାରେ ସେ ଏକ ଘର ନେଇ ସେଠାରେ ଗଞ୍ଜେଇ କାରବାର କରୁଥିଲେ । ପୋଲିସ ଓ ସ୍ପେସାଲ ସ୍କ୍ବାର୍ଡ ଗୁରୁବାର ରାତିରେ ଗଞ୍ଜେଇ ଶରତଙ୍କ କୟାଁଖୁଂଟା ଗ୍ରାମରେ ଚଢାଉ କରିଥିଲେ । ସେଠାରୁ ଏକ କ୍ବିର୍ଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ମଧ୍ୟ ଜବତ କରିଛନ୍ତି । ଅନ୍ୟପଟେ ଶରତ ଉଦଳା ଏନଏସିର ୩ ନଂ ୱାର୍ଡରେ ରହୁଥିବା ଘରେ ମଧ୍ୟ ଚଢାଉ କରାଯାଇଥିଲା । ସେଠାରୁ ସାଢେ ତିନି କ୍ବିର୍ଟାଲ ଗଞ୍ଜେଇ ଜବତ କରିଛନ୍ତି ।

ଗଞ୍ଜେଇ ଗୁଡିକୁ ଏକ କିଲୋ ହିସାବରେ ପ୍ୟାକିଂ କରି ବିକ୍ରି କରାଯାଉଥିଲା। ନିଜ ଘରୁ ୪ ବସ୍ତା ଗଞ୍ଜେଇ ଜବତ ହୋଇଥିଲା । ତାହାର ଓଜନ ଏକ କ୍ବିର୍ଟାଲ ରହିଥିବା ବେଳେ ଉଦଳାସ୍ଥିତ ଭଡାଘରୁ ୧୬ଟି ବସ୍ତା ଜବତ ହୋଇଛି । ଯାହାର ଓଜନ ସାଢେ ତିନି କ୍ୱିର୍ଟାଲ । ମୋଟ୍ ୩୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଶରତଙ୍କ ଉଭୟ ଗାଡିର ପଶ୍ଚିମବଙ୍ଗ ନମ୍ବର ରହିଥିବାରୁ ସେ ଏହି ଗଞ୍ଜେଇ ପଶ୍ଚିମବଙ୍ଗରେ ଚାଲାଣ କରୁଥିବା ସନ୍ଦେହ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି