Masthead

ସ୍ୱାମୀ ସାଜିଲା ସୈତାନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ସ୍ୱାମୀ ନୁହେଁ ସୌଦାଗର । ପ୍ରେମ କରି ବାହା ହେଲେ, ଦେହ ବପାରରେ ଲଗାଇ ଦେଲେ । ବିରୋଧ କରିବାରୁ ନିସ୍ତୁକ ମାଡ ମାରୁଥିଲେ । ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ସ୍ତ୍ରୀ ସବୁ ସହି ଯାଉଥିଲେ । ହେଲେ ସ୍ୱାମୀ ସାଜିଥିଲା ସୈତାନ । ଅଧିକ ଆୟ କରିବା ଆଳରେ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲା ପର ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ । ଏଭଳି କାମ କରିବାକୁ ସ୍ତ୍ରୀ ରାଜି ନହେବାରୁ ପ୍ରତିଦିନ ତାଙ୍କ ସ୍ବାମୀ ତାଙ୍କୁ ମାଡମାରୁଥିଲେ । ସ୍ୱାମୀଙ୍କ ଅତ୍ୟାଚାରର ସବୁ ସୀମା ଟପି ଯାଇଥିଲା । ମହିଳା ଜଣଙ୍କ ଥାନାରେ ଯାଇ ଏତେଲା ଦେଇଥିଲେ ।

ଏତଲା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ,ଫୁଲବାଣୀ ତୁମୁଡିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବାକୁ ଆସିଥିଲେ । ସେହି ସମୟରେ ପଦ୍ମାବତୀ ବିହାରର ଅଟୋ ଚାଳକ ଚନ୍ଦନ ଆଚାର୍ଯ୍ୟଙ୍କ ସହ ଦେଖା ହେଲା । ଚନ୍ଦନ ସମ୍ପୃକ୍ତ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫଶାଇ ବାହା ହୋଇଥିଲା । ପ୍ରଥମ ୨ବର୍ଷ ସେମାନଙ୍କର ପରିବାର ହସ ଖୁସିରେ ଚାଲିଥିଲା । ପରେ ଚନ୍ଦନ ସ୍ତ୍ରୀଙ୍କୁ ଦେହ ବ୍ୟବସାୟ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ