Masthead

ଦୃଷ୍ଟିହୀନ ପରିବାରର ସୀମାହୀନ ଦୁଃଖ,ଆଖି ନଥିବାରୁ ଚାପି ଦେଲା ଗାଡ଼ି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ଅଜଣା ଗାଡ଼ି ଧକ୍କାରେ ଚାଲି ଗଲା ସ୍ୱାମୀ ଜୀବନ । ବେସାହାରା ହୋଇଗଲେ ଦୃଷ୍ଟିବାଧିତ ସ୍ତ୍ରୀ ସହ ୬ ପିଲାଛୁଆ । ଗାଁକୁ ଶବ ନେବା ପାଇଁ ସ୍ତ୍ରୀ ଓ ପିଲା ମହାପ୍ରଣାୟନ ଗାଡ଼ିକୁ ଜଗି ବସିଛନ୍ତି । ଏଭଳି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ।  ସୋର ବାଳିବାଡ ଗାଁର ଦେବେନ୍ଦ୍ର ଜେନା ଦୃଷ୍ଟିବାଧିତ ସ୍ତ୍ରୀ ସବିତା ସହ ୬ଜଣ ପିଲାକୁ ଧରି ଗାଁରେ ମାଗିଯାଚି ଚଳୁଥିଲେ ।

ସବିତା ଦୃଷ୍ଟି ଶକ୍ତି ହରାଇଥିବାବେଳେ ଛଅ ପିଲାଙ୍କ ମଧ୍ୟରୁ ଚାରି ପିଲା ଜନ୍ମରୁ ଆଖିରେ ସଠିକ୍ ଭାବେ ଦେଖିପାରନ୍ତି ନାହିଁ । ଗତକାଲି ସୋର ବଳିବାଡ ଗାଁ ନିକଟରେ ଅଜଣା ଗାଡ଼ି ଦେବେନ୍ଦ୍ରକୁ ଧକ୍କା ମାରି ପଲାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ସୋର ମେଡିକାଲ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା । ବାଲେଶ୍ବର ମେଡିକାଲ ପହଞ୍ଚିବା ପରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ