ଜାତୀୟ ଦଳକୁ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଦଳଗୁଡ଼ିକ ପ୍ରତି ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି । ଓଡ଼ିଶା ପ୍ରତି ଜାତୀୟ ଦଳଗୁଡ଼ିକର ଅବହେଳାକୁ ନେଇ ସେ ଖୁବ ବର୍ଷିଛନ୍ତି । ରାଜ୍ୟ ପ୍ରତି କେନ୍ଦ୍ରୀୟ ଦଳ ଗୁଡ଼ିକର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ଶୁକ୍ରବାର ଥିଲା ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଦିବସ । ଦଳୀୟ ଯୁବ ନେତାମାନଙ୍କୁ ସେ ବିଜେଡିର ଅଭିମୁଖ୍ୟ ସମ୍ପର୍କରେ ପାଠ ପଢ଼ାଇଥିଲେ । କହିଥିଲେ ଯେ, ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠୁ ବଡ଼ ସମ୍ପତ୍ତି । ସେହି ଯୁବଶକ୍ତିର ବିକାଶ ପାଇଁ ବିଜେଡି ସର୍ବଦା ଉଦ୍ୟମ ଚଳାଇଛି । ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ସେଥିପାଇଁ ଆମ ଭାଷା, ଆମ କଳା ଓ ସସ୍କୃତି ଅନନ୍ୟ, ଆମ ରାଜ୍ୟ ସ୍ୱତନ୍ତ୍ର । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଅନନ୍ୟ, ତାଙ୍କ ପୂଜା,ସଂସ୍କୃତି ଆମ ଜୀବନ ଧାରା, ମହାନଦୀ ଆମ ଜୀବନ ରେଖା, ଏହାର ପାଣି ପ୍ରତି ଓଡ଼ିଆ ପାଇଁ ଆଶୀର୍ବାଦ । ଆମ ଓଡ଼ିଶା ପ୍ରଚୁର ଖଣିଜ ସମ୍ପଦରେ ଭରପୁର ରହିଛି । ହେଲେ ଓଡ଼ିଶାର ବିକାଶ ପାଇଁ ଜାତୀୟ ଦଳମାନେ କାମ କରନ୍ତି ନାହିଁ । ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ୱର୍ଥ ପାଇର୍ ରାଜ୍ୟମାନଙ୍କର ଅନନ୍ୟ ଆବଶ୍ୟକ କ୍ଷେତ୍ରରେ ବୁଝାମଣା କରିଥାନ୍ତି । ଆମ ପାଇଁ ଆମ ଓଡିଆ ଭାଷା ହିନ୍ଦୀଠାରୁ ଗୁରୁତ୍ୱପୂର୍ଣ୍ଣ, ମହାନଦୀ ଅନ୍ୟ ନଦୀ ଠାରୁ ପବିତ୍ର, ଆମ ପାଇଁ ଓଡ଼ିଶା ସଂଗୀତ ହେଉଛି ଏକ କ୍ଲାସିକାଲ ଆର୍ଟ ଫର୍ମ, କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା, ଆମ ପାଇଁ ଆମ ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି । ଆମ ପାଇଁ ସମ୍ବଳପୁରୀ ହେଣ୍ଡଲୁମ ହେଉଛି ୱାର୍ଲଡ କ୍ଳାସ, କିନ୍ତୁ ଜାତୀୟ ଦଳ ପାଇଁ କିଛି ମୂଲ୍ୟ ନାହିଁ । ଜାତୀୟ ଦଳ କେନ୍ଦ୍ରୀୟ ଅଭିଯାନରେ ଏ ବିଷୟ ଉଠାଇବା ପାଇଁ ଇଚ୍ଛା ନାହିଁ । ବିଜେପି ଶାସିତ ରାଜ୍ୟମାନେ ଜାତୀୟ ଦଳର ନିର୍ଦ୍ଦେଶରେ କାମ କରୁଛନ୍ତି । ସେମାନଙ୍କ ଶାସିତ ରାଜ୍ୟ ସହ ଆଞ୍ଚଳିକ ଦଳ ଶାସିତ ଓଡ଼ିଶା ସହ ତୁଳନା କରନ୍ତୁ ।

ପ୍ରାୟ ପ୍ରତିବର୍ଷ ଓଡ଼ିଶା ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଆମର ଭୌଗଳିକ ସ୍ଥତି ପାଇଁ ଏହା ଘଟୁଛି । ଉଭୟ ଜାତୀୟ ଦଳ ବିଜେପି କଂଗ୍ରେସ ସେମାନଙ୍କର ମେନିଫେଷ୍ଟୋରେ ସ୍ୱତନ୍ତ୍ର ପାହ୍ୟାକୁ ୧ନଂରେ ରଖିଥିଲେ । ନିର୍ବାଚନ ପରେ ଏହି ଦାବିକୁ ସେମାନେ ଭୁଲିଗଲେ, କିନ୍ତୁ ବିଜେଡି ଏଥିପାଇଁ ଲଢ଼େଇ ଜାରୀ ରଖିବ । ସ୍ୱତନ୍ତ୍ର ରାଜ୍ୟ ଗଠନର ମୂଳ ଲକ୍ଷ୍ୟ, ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ । ତେଣୁ ଗୋଟିଏ ଆଞ୍ଚଳିକ ଦଳର ଅବସ୍ଥିତି ଓ ବିକାଶ ରାଜ୍ୟ ସହ ଯୋଡ଼ି ହୋଇରହିଛି । ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକଙ୍କ ପାଇଁ ଲଢ଼େଇ କରିଥାଏ । ଏହା ସାରା ଓଡ଼ିଶାର ଯୁବ ସମାଜ ଓ ଭବିଷ୍ୟତ ପିଢ଼ି ପାଇଁ ଭଲଭାବେ ମନେ ରଖନ୍ତୁ । କେବଳ ଆଞ୍ଚଳିକ ଦଳ ହିଁ ଓଡ଼ିଶା ଯୁବ ସମାଜର ଆଶା ଓ ଅଭିଳାଷା ପୂରଣ କରିପାରିବ । ଆମେ ହିଁ ରାଜ୍ୟର ଅନନ୍ୟ ପରିଚୟକୁ ସୁରକ୍ଷିତ କରିପାରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ