Masthead

ଅତୀତରେ ମୁଁ ଅନେକ ପ୍ରୋଜେକ୍ଟ ହରାଇଛି: ସୋନାକ୍ଷୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନେପୋଟିଜିମ୍ ଏବଂ ଷ୍ଟାର କିଡ୍ ମାନଙ୍କୁ ନେଇ ବଲିଉଡରେ ଅନେକ ସମୟରେ ବିବାଦ ଦେଖାଯାଏ । ଯେଉଁଥିପାଇଁ ଷ୍ଟାରକିଡ୍ ମାନେ ବେଳେବେଳେ ସମାଲୋଚନାର ସମ୍ମୁଖୀନ ହୁଅନ୍ତି । ବର୍ତ୍ତମାନ ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏହି କଥାକୁ ନେଇ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତେ ଭାବନ୍ତି ଷ୍ଟାର କିଡ୍ ମାନଙ୍କୁ ଅତି ସହଜରେ କାମ ମିଳିଯାଏ । ଏବଂ ଖୁବ୍ ଶୀଘ୍ର ସେମାନେ ତାଙ୍କ ଲାଇଫ୍ ରେ ସକ୍ସସେସ୍ ବି ପାଇ ଯାଆନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ସେ ନିଜେ ଜଣେ ଷ୍ଟାର୍ କିଡ୍ କିନ୍ତୁ କାମ ପାଇଁ ସେ ଅନେକ ଷ୍ଟଗଲ୍ କରିଛନ୍ତି । ଏମିତିକି ତାଙ୍କୁ ଅତୀତରେ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡିଛି ।

ତେବେ ତାଙ୍କ ମତରେ ଏପରି ଘଟଣା ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଘଟିଥାଏ । ବଲିଉଡରେ ଥିବା ଅନେକ ଷ୍ଟାର କିଡ୍ ମାନେ କିଛି ନା କିଛି ପ୍ରେ।।ଜେକ୍ଟକୁ ହରାଇଛନ୍ତି । ଏହାର ମୁକାବିଲା କରିବା ଜରୁରୀ । ଏହା ହିଁ ହେଉଛି ଜୀବନ । ଏହା ବ୍ୟତିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବାପା ଜଣେ ଷ୍ଟାର୍ କିଡ୍ ନଥିଲେ । କିନ୍ତୁ ସେ ତାଙ୍କ ଲାଇଫ୍ ରେ ଅନେକ ସଫଳତା ପାଇବା ସହ ଅନେକ ପ୍ରୋଜେକ୍ଟ ମଧ୍ୟ ହରାଇଛନ୍ତି ।

ତେବେ ସୋନାକ୍ଷୀ ହେଉଛନ୍ତି ବି ଟାଉନର ଜଣେ ଆଗ ଧାଡିର ନାୟିକା । ଫିଲ୍ମ ଦବଙ୍ଗ ରେ ସେ ସଲମାନ ଖାନ୍ ଙ୍କ ଅପୋଜିଟ୍ ରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥଇଲେ । ତାଙ୍କ ପ୍ରଥମ ଫିଲ୍ମ ସୁପରହିଟ୍ ହେବା ପରେ ସେ ଆହୁରି ଅନେକ ଦମଦାର ମୁଭିରେ ନଜର ଆସିଛନ୍ତି । କିନ୍ତୁ ଅନେକ ସମୟରେ ସେ ନିଜର ହେଲ୍ଦି ଫିଗର ପାଇଁ ଟ୍ରୋଲ ହୁଅନ୍ତି । ସୋସିଆଲ ମିଡିଆରେ ଅନେକ ଥର ତାଙ୍କର କିଛି ଫଟୋକୁ ଟ୍ରୋଲ୍ କରନ୍ତି ୟୁଜର୍ସ । ଏବେ କିନ୍ତୁ ସେ ନିଜ ଫିଟନେଶ୍ କୁ ନେଇ ବେଶ୍ ସିରିୟସ୍ ଅଛନ୍ତି । ତାଙ୍କ ଟାନ୍ସଫରମେସନର କିଛି ଫିଟୋ ବି ସେ ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ ।

ତେବେ ୱର୍କଫଣ୍ଟ୍ କଥା କହିବାକୁ ଗଲେ ଶେଷଥର ପାଇଁ ସେ ଫିଲ୍ମ ଭୁଜ୍-ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିଥିଲେ । ଆଗକୁ ତାଙ୍କୁ ଫିଲ୍ମ କକୁଡା ରେ ଦେଖିବାକୁ ମିଳିବ । ଯାହାର ସୁଟିଂ ସେ ନିକଟରେ ସାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ