ଆସନ୍ତାକାଲିଠୁ ଦେଢ ମାସ ବନ୍ଦ ରହିବ ମଦ ଦୋକାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବନ୍ଦ ହେବ ମଦ ଦୋକାନ। ଆସନ୍ତାକାଲିଠୁ ଦେଢ ମାସ ବନ୍ଦ ରହିବ ମଦ ଦୋକାନ। ରାଜଧାନୀ ଦିଲ୍ଲୀରେ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ ରହିବ। ନୂତନ ଏକ୍ସାଇଜ୍ ପଲିସିକୁ ନେଇ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କେବଳ ସରକାରୀ ମଦ ଦୋକାନ ହିଁ ଖୋଲା ରହିବ। ବର୍ତ୍ତମାନ ଦିଲ୍ଲୀରେ ୭୨୦ରୁ ଅଧିକ ମଦ ଦୋକାନ ଅଛି। ସେଥିମଧ୍ୟରୁ ୨୬୦ଟି ଘରୋଇ ଦୋକାନ ରହିଛି।

ପଲିସି ଅନୁଯାୟୀ, ସମସ୍ତ ୩୨ ଟି ଜୋନ୍‌ରେ ଲାଇସେନ୍ସ ବଣ୍ଟନ ପରେ ବେସରକାରୀ ମଦ ଦୋକାନର ଲାଇସେନ୍ସକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହାକୁ ଆଉ ବଢ଼ାଯିବ ନାହିଁ ବୋଲି କୁହାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏନେଇ କହିଛନ୍ତି, ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ଦିଲ୍ଲୀକୁ ୩୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ୨୦ ଟି ଜୋନ୍‌ରେ ଲାଇସେନ୍ସ ବଣ୍ଟନ ପ୍ରକ୍ରିୟା ସରିଛି।  ଅବଶିଷ୍ଟ ୧୨ଟି ଜୋନରେ କମର୍ସିଆଲ ବିଡ୍ ସରିଛି । ଏନେଇ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’