Masthead

“ମତେ ୫୦ଥର ଅପହରଣ କରିଛି ଏଲିଏନ”

(ବଡ଼ ଖବର ବ୍ୟୁରୋ): ଏଲିଅନ ମାନଙ୍କୁ ନେଇ ବିଭିନ୍ନ ସମୟରେ ବହୁ କଥା ଉଠିଛି । ସେମାନଙ୍କ ଅସ୍ତିତ୍ୱକୁ କେହି କାଳ୍ପନିକ କହୁଥିବା ବେଳେ ଉପସ୍ଥିତି ବିଷୟରେ ମଧ୍ୟ କିଛି ଲୋକ ଦୃଢ଼ୋକ୍ତି ରଖିଛନ୍ତି । ତେବେ ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଜଣେ ବ୍ରିଟିଶ ମହିଳାଙ୍କୁ ଏଲିଏନ ଅପହରଣ କରିଥିବା କଥା ସେ ଦାବି କରିଛନ୍ତି । ତେବେ ଥରେ ବା ଦୁଇ ଥର ନୁହେଁ, ତାଙ୍କୁ ୫୦ ଥର ଏଲିଏନ ଅପହରଣ କରଇଥିବା ସେ କହିଛନ୍ତି ।

ସେହିପରି ଅପହରଣ ସମୟର ଅନୁଭୂତିକୁ ମଧ୍ୟ ସେ ବଖାଣିଛନ୍ତି । ଏହି ମହିଳାଙ୍କ ନାଁ ହେଉଛି ପାୱଲା ସ୍ମିଥ, ବୟସ ୫୦ବର୍ଷ । ବ୍ରିଟେନର ବ୍ରେଡ ଫୋର୍ଡରେ ରୁହନ୍ତି । ଛୋଟ ଥିବା ସମୟରେ ତାଙ୍କୁ ପ୍ରଥମେ ଏଲିଏନ ମାନେ ୟୁଏଫଓରେ ବସାଇ ଅପହରଣ କରିନେଇଥିଲେ । ଅପହରଣ ସମୟରେଏଲିଏନ ତାଙ୍କ ଶରୀରରେ ଏକ ଚିହ୍ନ ଆଙ୍କିଥିବା ଏହି ମହିଳା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୨ଥର ସେ ଏଲିଏନଙ୍କୁ ଭେଟି ସାରିଛନ୍ତି । ସେମାନେ ବଳପୂର୍ବକ ପାୱଲାଙ୍କୁ ଉଠାଇ ନେଉଛନ୍ତି । ଯାହାର କାରଣ କ’ଣ ତାହା ତାଙ୍କୁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ୧୯୮୨ରେ ପାୱଲା ପ୍ରଥମେ ଏଲିଏନଙ୍କୁ ଭେଟିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ