Masthead

ମୁଁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବି, ସମୟ ହିଁ ମୋ କାହାଣୀ କହିବ !

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଶ୍ରମିକ ଭଗବାନରୁ ହଠାତ ସୋନୁ ସୁଦ ପାଲଟି ଯାଇଥିଲେ ଟ୍ୟାକ୍ସ ଅଭିଯୁକ୍ତ । ଦୀର୍ଘ ଚାରି ଦିନ ଧରି ଚାଲିଥିବା ଆୟକର ବିଭାଗର ଚଢାଉ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ସୋନୁ ସୁଦ । ତେବେ ପ୍ରତ୍ୟେକ ଥର ତୁମ ପାଖରୁ କାହାଣୀ କହିବା ପାଇଁ ପଡ଼ିବ ନାହିଁ । ସମୟ ହିଁ ମୋ କାହାଣୀ କହିବ । ଏହା ସହ କଠିନ ରାସ୍ତାରେ ମଧ୍ୟ ଏହା ସହଜ ଯାତ୍ରା ମନେ ହୁଏ । ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ପ୍ରଭାବ ପକାଉଥିବା ପରି ମନେହୁଏ ବୋଲି ସୋନୁ ସୁଦ କହିଛନ୍ତି । କେବଳ ଏତିକି ନୁହେଁ ବରଂ ମୁଁ ମୋର ସମସ୍ତ ଶକ୍ତି ଏବଂ ହୃଦୟ ସହିତ ଭାରତର ଲୋକଙ୍କୁ ସେବା କରିବାକୁ ପ୍ରତିଶୃତ ଦେଇଛି । ଏହା ସହିତ ଅନେକ ଥର ମୁଁ ମୋ ବିଜ୍ଞାପନ ବ୍ରାଣ୍ଡଗୁଡ଼ିକର ଫି’କୁ ମାନବିକତାର ସେବାରେ ଦାନ କରିଛି । ମୁଁ କିଛି ଆୟୋଜନ କରିବାରେ ବ୍ୟସ୍ତ ଥିଲି ତେଣୁ ଚାରି ଦିନ ଲୋକଲୋଚନରୁ ଦୂରରେ ରହିଥିଲି । ବର୍ତ୍ତମାନ ପୁଣି ଥରେ ସମସ୍ତଙ୍କର ସେବା କରିବା ପାଇଁ ଆସିଯାଇଛି ।

ଭଲ କର, ଭଲ ହୁଅ, ଭଲ ପାଇଁ ଶେଷ କର ବୋଲି ସୋନୁ ସୁଦ ଟ୍ୱିଟ କରି ଲେଖିଛନ୍ତି । ଅନ୍ୟପଟେ ଆପଣ ଲକ୍ଷ ଲକ୍ଷ ଭାରତୀୟଙ୍କ ହିରୋ ଅଟନ୍ତି ବୋଲି ଏହି ଟ୍ୱିଟର ଜବାବ ଦେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ତେବେ ସୋନୁ ସୁଦ ଓ ତାଙ୍କ ସହ ଜଡ଼ିତ ଲକ୍ଷେ୍ନ ଭିତ୍ତିକ ଗୋଷ୍ଠୀ ପରିସରରେ ଚଢାଉ କରିଥିଲେ । ସେତେବେଳେ ଜଣାପଡ଼ିଥିଲା ଯେ ସେ ତାଙ୍କ ନକଲି ଆୟକୁ ଅନେକ ନକଲି ସଂସ୍ଥାଠାରୁ ସ୍ଥାନାନ୍ତର କରିଛନ୍ତି । ଏହା ସହ ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିବାବେଳେ ବୈଦେଶିକ ଯୋଗଦାନ ନିୟମକୁ ଉଲ୍ଲଂଘନ କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହା ଛଡ଼ା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀମାନେ ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବାର ମଧ୍ୟ ଅଭିଯୋଗ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ