Masthead

ମନ କଥା କହିଲେ ସୋନାକ୍ଷୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ସେଲିବ୍ରିଟିମାନେ ନିଜ ଫିଲ୍ମ ଅପେକ୍ଷା ନିଜ ରିଲେଶନଶିପ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅନେକ ସେଲିବ୍ରିଟି ନିଜର ଏହି ପର୍ଶନାଲ କଥାକୁ ଖୋଲାଖୋଲି ଭାବରେ ପ୍ରକାଶ କରୁଥିବା ବେଳେ ଆଉ କିଛି ସେଲିବ୍ରିଟି ତାଙ୍କ ରିଲେଶନକୁ ସିକ୍ରେଟ୍ ରଖିଥାନ୍ତି । ତେବେ ନିକଟରେ ସୋନାକ୍ଷୀ ସିହ୍ନାଙ୍କୁ ନେଇ ସେପରି କିଛି ଚର୍ଚ୍ଚା ହେଉଛି । ସୋନାକ୍ଷୀ ତାଙ୍କ ଲାଇଫ ପାର୍ଟନରଙ୍କ କଥା କୌଣସି ସ୍ଥାନରେ ପ୍ରକାଶ କରି ନଥିବୋ ବେଳେ ନିକଟରେ ଏକ ଶୋ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି । ରିସେଣ୍ଟଲି ସୋନାକ୍ଷୀଙ୍କୁ କମେଡି ଶୋ ଦ କପିଲ୍ ଶର୍ମା ଶୋରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ନିଜ ମନର ମଣିଷ କିପରି ହେବା ଦରକାର ସେ ନେଇ ଖୁଲାସା କରିଛନ୍ତି । ଶୋ ରେ ତାଙ୍କୁ ତାଙ୍କ ରିଲେଶନ୍ ବିଷୟରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତରରେ ସୋନାକ୍ଷୀ କହିଥିଲେ କି ସେ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ଆଉ ତାଙ୍କୁ ଜଣେ ସଚ୍ଚୋଟ, ଲମ୍ବା, ଓ ନିର୍ମଳ ହୃଦୟ ଥିବା ମଣିଷ ଦରକାର । ଯାହାଙ୍କୁ ସେ ନିଜ ଲାଇଫ୍ ପାର୍ଟନର କରିବେ ।

ତେବେ ପୂର୍ବରୁ ସୋନାକ୍ଷୀଙ୍କ ଲଭ୍ ଲାଇଫ ପାଇଁ ସେ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ପୁର୍ବତନ ରିଲେଶନ୍ ବିଷୟରେ ବି ସୋନାକ୍ଷୀ ଅନେକ ଥର କହିଛନ୍ତି । ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ସେ ଜଣଙ୍କ ସହ ରିଲେଶନରେ ଥିଲେ । କିନ୍ତୁ ପରେ ତାଙ୍କର ବ୍ରେକ୍ ଅପ୍ ହୋଇ ଯାଇଥିଲା । ଆଉ ଏବେ ସେ ପୁରାପୁରି ସିଙ୍ଗଲ୍ ଅଛନ୍ତି । ତେବେ କପିଲଙ୍କ ଶୋ ରେ ସୋନାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କର ସମସ୍ତ ରୋଜଗାରକୁ ତାଙ୍କ ପିତାମାତାଙ୍କୁ ଦେଇଥାନ୍ତି । ଏବଂ ତାଙ୍କ ବାପା ମା ତାଙ୍କ ପାଇଁ ସବୁକିଛି ।

ତେବେ ସୋନାକ୍ଷୀ ଜଣେ ଷ୍ଟାରକିଡ୍ ହୋଇଥିବା ବେଳେ ସେ ପ୍ରଥମେ ସଲମାନଙ୍କ ସହ ଫିଲ୍ମ ଦବଙ୍ଗରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ସୁପରହିଟ୍ ହେବା ପରେ ତାଙ୍କୁ ରାଓଡି ରାଠୋଡ୍, ଦବଙ୍ଗ-୨, ଲୁଟେରା, ମିଶନ ମଙ୍ଗଲ୍, ଏପରି ଅନେକ ଫିଲ୍ମରେ ଦେଖିବାକୁ ମିଳିଛି । ଶେଷଥର ପାଇଁ ସେ ଅଜୟ ଦେବଗନଙ୍କ ଫିଲ୍ମ ଭୁଜ୍-ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିଥିଲେ । ଓଟିଟିରେ ଏହି ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକଙ୍କର ବେଶ୍ ମନଛୁଆଁ ହୋଇଥିଲା । ଆଗକୁ ସୋନାକ୍ଷୀ ଫିଲ୍ମ “କକୁଡା’ରେ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ