Masthead

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା । ସିବିଆଇ ରେଡ୍‌ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା । ଏନେଇ ଏକ ହାତଲେଖା ଚିଠି ଗଣମାଧ୍ୟମକୁ ଆସିଛି । ମୁଖ୍ୟ ଶାସନ ସଚିବଙ୍କୁ ବିଷ୍ଣୁପଦ ଲେଖିଥିବା ସୂଚନା । ଏତଲା ନ ଥାଇ କାହିଁକି ରେଡ୍‌ ବୋଲି ଲେଖାଯାଇଛି । ମାନ ସମ୍ମାନ ହାନି ହୋଇଥିବା ଚିଠିରେ ଲେଖାଯାଇଛି । ତେବେ ଆଜି ସକାଳ ୭ଟାରୁ ୮ ଜଣିଆ ସିବିଆଇ ଟିମ୍ କରୁଛି ମାରାଥନ୍ ରେଡ୍। ଟେଣ୍ଡର ଫିକ୍ସିଂରେ ବ୍ରିଜ୍ ଆଣ୍ଡ କମ୍ପାନୀକୁ ସ୍ବତନ୍ତ୍ର ଅନୁକମ୍ପା ଦେଖାଇଥିବା ଅଭିଯୋଗକରେ ବିଷ୍ଣୁପଦଙ୍କ ଘରେ ରେଡ୍ ପଡିଥିବା ସୂଚନା ରହିଛି।

ସେପଟେ  ରେଡ୍‌ ନେଇ ମୁହାଁମୁହିଁ ହୋଇଛନ୍ତି ବିଷ୍ଣୁପଦ ଓ ସିବିଆଇ ଅଫିସର ।  ଉଭୟଙ୍କ ମଧ୍ୟରେ ହୋଇଛି କଥା କଟାକଟି । ମୁହାଁମୁହିଁ ପରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀ । କହିଛନ୍ତି  ବ୍ରିଜ୍‌ ଆଣ୍ଡ ରୁଫ୍‌ ସହ ମୋର କିଛି ସମ୍ପର୍କ ନାହିଁ । ଚଞ୍ଚଲ ମୁଖାର୍ଜୀଙ୍କ ସହ ମଧ୍ୟ କିଛି ସମ୍ପର୍କ ନାହିଁ । ମୋର କିଛି ଦୋଷ ନାହିଁ ମୋତେ ଷଡ଼ଯନ୍ତ୍ର ପରି ଲାଗୁଛି । ମୋ ଘରେ ଜୋର ଜବରଦସ୍ତ ରେଡ୍ ଚାଲିଛି । ମହିଳା ପୋଲିସଙ୍କ ଅନୁପସ୍ଥିତିରେ ରେଡ୍‌ ଚାଲିଛି ।

ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ବିଷ୍ଣୁପଦ  । ତେବେ ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଥିବାବେଳେ ଜଳେଶ୍ୱର ବାସଭବନରେ ମଧ୍ୟ ରେଡ ଚାଲିଛି ।   ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଛି । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ ପକାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ!