ପଞ୍ଚାୟତିରାଜ ବିଭାଗରେ ବଡ଼ ଦୁର୍ନୀତି; ୫ ବର୍ଷରେ ହୋଇଛି ୨୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିକୁ ଧିରଲେ ନୂଆ ସରକାର । ବିଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରିକରଣ ସ୍କିମ୍ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ବଡ଼ ଆର୍ଥିକ ଅନିୟମିତତା ଓ ଅର୍ଥ ତୋଷାର ପାତ ଧରିଲେ ନୂଆ ସରକାର । ବିଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରିକରଣ ସ୍କିମ୍ ଜରିଆରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ । ସର୍ବମୋଟ ୯୨୯୯ କେସରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ।

୨୦୨୦-୨୧ ବର୍ଷରେ ୧୦୦୭ଟି କେସରେ ୯ କୋଟି ୧୩ ଲକ୍ଷ ୨୮ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୧-୨୨ ବର୍ଷ ରେ ୨୮୧୪ ଟି କେସରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୨-୨୩ ବର୍ଷ ରେ ମାତ୍ର ୩୮ ଟି କେସରେ ୯ କୋଟି ୧୭ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ।୨୦୨୩-୨୪ ବର୍ଷ ରେ ୩୪୦୨ ଟି କେସ ରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୪-୨୫ ବର୍ଷ ରେ ୨୦୩୮ ଟି କେସ ରେ ୧ କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ