ସାହାଯ୍ୟ କରିବାକୁ ଯାଇ ଋଣ କଲେ ସୋନୁ ସୁଦ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ଲୋକଙ୍କ ସାହାଯ୍ୟ କରି ବେଶ ଚର୍ଚ୍ଚାରେ ରହିଥିଲେ ଅଭିନେତା ସୋନୁ ସୁଦ୍ । ଲକଡାଉନ ସମୟରେ ସେ ହଜାର ହଜାର ଲୋକଙ୍କୁ ଟଙ୍କା ଏବଂ ଖାଦ୍ୟ ସହ ଘରେ ପହଞ୍ଚାଇବାରେ ସହଯୋଗ କରିଥିଲେ । ତାଙ୍କର ଉଦାରତା ଦେଖି ଲୋକମାନେ ତାଙ୍କୁ ‘ଖ୍ରୀଷ୍ଟ’ ବୋଲି କହିବା ଆରମ୍ଭ କରି ଦେଇଥିଲେ । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କର ଆଠଟି ସମ୍ପତ୍ତି ବନ୍ଧକ କରି ୧୦ କୋଟି ଟଙ୍କାର ଋଣ ନେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ମନି କଣ୍ଟ୍ରୋଲ ଡଟ୍ କମ୍ ରିପୋର୍ଟ ଅନୁଯାୟୀ ସୋନୁ ଦୁଇଟି ଦୋକାନ ଏବଂ ଫ୍ଲାଟ ବନ୍ଧକ ରଖିଛନ୍ତି। ଏହି ସମ୍ପତ୍ତି ସୋନୁ ଏବଂ ତାଙ୍କ ପତ୍ନୀ ସୋନାଲିଙ୍କ ନାମରେ ରହିଥିଲା । ବ୍ୟାଙ୍କ ସୋନୁଙ୍କୁ ତାଙ୍କର ଆଠଟି ସମ୍ପତ୍ତି ପାଇଁ ୧୦ କୋଟି ଟଙ୍କାର ଋଣ ଦେଇଛନ୍ତି । ଦଲିଲ ଅନୁଯାୟୀ ସୋନୁ ୧୦ କୋଟି ଟଙ୍କା ଋଣ ଉପରେ ପାଞ୍ଚ ଲକ୍ଷ ଟଙ୍କା ପଞ୍ଜୀକରଣ ଫି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୋନୁ ସୁଦ ଚାଷୀଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୋନୁ ସୁଦ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କୃଷକମାନଙ୍କ ପାଇଁ ଲେଖିଥିଲେ, ‘କିଷାନ ହି ହିନ୍ଦୁସ୍ତାନ’ ଜ୍ଝ ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅଭିନେତାଙ୍କର ଅନେକ ପ୍ରଶଂସକ ତାଙ୍କ ଟ୍ୱିଟକୁ ବହୁତ ପସନ୍ଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ