ସୁଦାନରେ ସଂଘର୍ଷ, ୨୫ ମୃତ ଓ ୧୮୩ ଆହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସୁଦାନର ସେନା ଓ ପାରାମିଲିଟାରି ସୈନିକଙ୍କ ମଧ୍ୟରେ ଭୀଷଣ ସଂଘର୍ଷ । ୨୫ ଜଣ ପ୍ରାଣ ହରାଇଥିବା ବେଳେ ୧୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ଖାର୍ତୁମ ନିକଟରେ ଘଟିଥିବା ଏହି ସଂଘର୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ସୁଦାନ ସେନା ଓ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ଘଟିଥିବା ସଂଘର୍ଷକୁ ନିନ୍ଦା କରିଛନ୍ତି। ତୁରନ୍ତ ସଂଘର୍ଷ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ଏବଂ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଆଲୋଚନା କରିବାକୁ ଉଭୟ ପକ୍ଷର ନେତାଙ୍କୁ ଆହ୍ୱାନ ଦେଇଛନ୍ତି।

ଇତି ମଧ୍ୟରେ ଭାରତୀୟ ଦୂତାବାସକୁ ସୁଦାନ ଯାତ୍ରା ସ୍ଥଗିତ ରଖିବାକୁ ଭାରତୀୟମାନଙ୍କୁ ନିବେଦନ କରିଛି। ସେପଟେ ଏହି ସଂଘର୍ଷ ଚାଲିଥିବା ବେଳେ ଗୁଳି ବାଜି ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ଭାରତୀୟ ଦୂତାବାସ ସୂଚନା ଦେଇଛି। ସେଠୋର ସେ ଚାକିରି କରୁଥିବା ଜଣାପଡ଼ିଛି । ଟ୍ୱିଟ କରି ସୁଦାନସ୍ଥିତ ଭାରତୀୟ ଦୂତାବାସ କହିଛି, ସୁଦାନର ‘ଡାଲ୍‌ ଗ୍ରୁପ୍‌ କମ୍ପାନି’ରେ ଚାକିରି କରୁଥିବା ଆଲବର୍ଟ ଅଗେଷ୍ଟାଇନ୍‌ ନାମରେ ଜଣେ ଭାରତୀୟ ନାଗରିକଙ୍କ ଗୁଳି ବାଜି ମୃତୁ୍ୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ