Masthead

ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ମ୍ୟାଚ । ଆଜି ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ । ଧର୍ମଶାଳାରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ ।   ଧର୍ମଶାଳା ଷ୍ଟାଡିୟମରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । କାରଣ ଏଠାରେ ଖେଳାଯାଇଥିବା ବିଶ୍ୱକପର ତିନିଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟ ଲାଭ କରିଛି । ସନ୍ଧ୍ୟା ବେଳେ ବୋଲରଙ୍କୁ ଅଧିକ ସୁଇଙ୍ଗ୍ ମିଳୁଛି । ଭାରତୀୟ ଟିମରେ ବ୍ୟାଟିଂରେ ସେପରି କୌଣସି ପରିବର୍ତ୍ତନ ହୋଇନପାରେ ।

କିନ୍ତୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅବା ଇସାନ କିଶାନଙ୍କୁ ସୁଯୋଗ ମିଳିପାରେ । ସୂର୍ଯ୍ୟକୁମାର ଖେଳିବା ନେଇ ପୂର୍ବରୂ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସୂଚନା ଦେଇସାରିଥିଲେ । କିନ୍ତୁ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି ।

ଶନିବାର ଅଭ୍ୟାସ ସମୟରେ ଏହି ଦୁଇ ବ୍ୟାଟର ଆହତ ହୋଇଛନ୍ତି । ଥ୍ରୋ ଡାଉନ ଅଭ୍ୟାସ କରୁଥିବା ବେଳେ ସୂର୍ଯ୍ୟକୁମାରଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଡ୍ରେସିଂ ରୁମ ନିଆଯାଇଥିଲା । ସେହିପରି ଇଶାନ ଅଭ୍ୟାସ କରୁଥିବା ବେଳେ ମହୁମାଛି ଆକ୍ରମଣରେ ଶୀକାର ହୋଇଛନ୍ତି । ଇଶାନଙ୍କ ବେକ ପଛପଟେ ମହୁମାଛି କାମୁଡି ଦେବାକୁ ସେ ବ୍ୟାଟ ଫୋପାଡି ଚାଲି ଯାଇଥିଲେ । ସେପଟେ ବୋଲିଂରେ ଆଜି ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ