ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ନେଇ କଂଗ୍ରେସର ନୂଆ ରଣନୀତି । ମଧ୍ୟପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ନଜର ରହିଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମଙ୍ଗଳବାର ସତନାରେ ପହଞ୍ଚିଛନ୍ତି। ସତନାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ଖଡଗେ ଅନେକ ଘୋଷଣା କରିଛନ୍ତି।
ସେ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ଋଣ ଛାଡ କରାଯିବ। ଏଲପିଜି ସିଲିଣ୍ଡର କେବଳ ୫୦୦ ଟଙ୍କାରେ ମିଳିବ ଏବଂ ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦିଆଯିବ। ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିବା ପରେ କଂଗ୍ରେସ ଜାତିଗତ ଜନଗଣନା କରାଇବ ବୋଲି ଖଡଗେ କହିଛନ୍ତି।