Masthead

ମ୍ୟାନହୋଲରେ ପଡି ଜଣେ ଆହାତ, ଅଳ୍ପକେ ବଞ୍ଚିଲା ଜୀବନ

କଟକ(ବଡ଼ ଖବର ବ୍ୟୁରୋ): ମୁକୁଳା ଡ୍ରେନରେ ପଡି ଜଣେ ଆହାତ । କଟକ ବଜ୍ର କବାଟି ନିକଟରେ ଚାଲିଥିବା ଜାଇକା ବକ୍ସ ଡ୍ରେନର ମୁକୁଳା ମ୍ୟାନ ହୋଲରେ ପଡ଼ି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ବଜ୍ରକବାଟି ଅଞ୍ଚଳରେ ଏକ ଔଷଧ ଦୋକାନରେ କାର୍ଯ୍ୟ କରୁଥିବା ନିର୍ମଳ ରାଉତ ପରିସ୍ରା କରିବା ପାଇଁ ଯେତେବେଳେ ବକ୍ସ ଡ୍ରେନ ଉପର ବାଟେ ଯାଉଥିଲେ ସେତେବେଳେ ହଠାତ୍ ମୁକୁଳା ମ୍ୟାନ ହୋଲ ଭିତରେ ଗଳି ପଡ଼ିଥିଲେ।

ଦୀର୍ଘ ୧୫ମିନିଟ ଧରି ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ନିର୍ମଳଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ବଡ ମେଡିକାଲ ଚିକିତ୍ସା ପାଇଁ ପଠା ଯାଇଥିଲା। ଏହାରି ଭିତରେ ମୁକୁଳା ନାଳରେ ପଡ଼ି ଅନେକଙ୍କ ଜୀବନ ଯାଇଥିବା ବେଳେ ଅଳ୍ପକେ ନିର୍ମଳଙ୍କ ଜୀବନ ରକ୍ଷା ପାଇଯାଇଛି। ଏଠି ଜାଇକାର ମାନମାନି ଓ ଖାମ ଖିଆଲ ମନୋଭାବକୁ ଦାୟୀ କରିଛନ୍ତି ମୃତ୍ୟୁ ମୁଖରୁ ବର୍ତ୍ତିଥିବା ନିର୍ମଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ