Masthead

ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଭାରତ ଏବଂ ପାକିସ୍ତାନ ତିକ୍ତତା ଭିତରେ ନଜର ଆସିବ ପ୍ରେମ । ପାକିସ୍ତାନର କମର ମୋହସିନ ଶେଖ ଅର୍ଥାତ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଭଉଣୀ ଏଥର ନିଜେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବେ । କମର ମୋହସିନ ଶେଖ ନିଜେ ଏଥର ନିଜେ ରାକ୍ଷୀ ତିଆରି କରିଛନ୍ତି। ସେ ଏହି ବିଷୟରେ ଖବରଦାତାମାନଙ୍କ ସହ କଥା ହୋଇ କହିଛନ୍ତି, ଏଥର ମୁଁ ନିଜେ ରାକ୍ଷୀ ତିଆରି କରିଛି। ମୁଁ ତାଙ୍କୁ କୃଷି ସମ୍ବନ୍ଧୀୟ ଏକ ପୁସ୍ତକ ମଧ୍ୟ ଦେବି କାରଣ ସେ ପଢିବାକୁ ଭଲ ପାଆନ୍ତି। ସେ କହିଛନ୍ତି କୋଭିଡ୍ କାରଣରୁ ଗତ ୩ ବର୍ଷ ହେବ ସେ ବ୍ୟକ୍ତିଗତ ଭାବରେ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପାରି ନ ଥିଲେ ।

ଏବେ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏଥିପାଇଁ ସେ ସ୍ୱତନ୍ତ୍ର ଉପହାର ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ଶେଖ ବିବାହ ପରେ ପାକିସ୍ତାନରୁ ଭାରତ ସ୍ଥାନାନ୍ତରିତ ହୋଇ ଆସିଛନ୍ତି । ଶେଖ କହିଛନ୍ତି ସେ ତାଙ୍କ ଭାଇଙ୍କ ଲାଗି ନିଜ ହାତରେ ଲାଲ ରଙ୍ଗର ରାକ୍ଷୀ ତିଆରି କରିଛନ୍ତି । ଲାଲ ରଙ୍ଗ ଶକ୍ତିର ପ୍ରତୀକ । ସେ ଆହୁରି କହିଛନ୍ତି ଯେ, ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଯେତେବେଳେ ମୁଁ ତାଙ୍କ ହାତରେ ରାକ୍ଷୀ ବାନେ୍ଧ ସେତେବେଳେ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ ଯେ, ସେ ଦିନେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି । ଭଗବାନ ତାଙ୍କର ସବୁ ପ୍ରାର୍ଥନା ଶୁଣିଛନ୍ତି । ଏବେ ସେ ପ୍ରଧାନମନ୍ତ୍ରୀ ଭାବରେ ଭାରତ ପାଇଁ ବେଶ୍ ଭଲ କାମ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ