Masthead

‘ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ); ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳକୁ ବାଲେଶ୍ଵର ଘରୋଇ ବସ ମାଲିକ ସଂଘର ସମର୍ଥନ । ଘରୋଇ ବସ ମାଲିକ ସଂଘ ଦୁଇ ଫାଳ । ରାଜ୍ୟ ବସ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ବିରୋଧ । ଯଦି ରାଜ୍ୟ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ନୀତିଗତ ତଥା ଉଚିତ୍ ନିଷ୍ପତ୍ତି ନିଆଗଲେ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ସଭାପତି ବାଦଲ ଦାସ । ସେ କହିଛନ୍ତି ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ ।

ଲକ୍ଷ୍ମୀ ଯୋଜନାରେ ସରକାର ବ୍ଲକରୁ ପଞ୍ଚାୟତକୁ ରିହାତି ଦରରେ ବସ ଚଳାଚଳ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି, ଏହାଦ୍ୱାରା ଘରୋଇ ବସଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ ନାହିଁ । ସେପଟେ ବୈଠକରେ ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ଉପସ୍ଥିତିକୁ ବିରୋଧ କଲା ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆଲୋଚନା ପାଇଁ ବାଲେଶ୍ୱର ଘରୋଇ ବସ ମାଲିକ ସଂଘକୁ ମଧ୍ୟ ଡାକିଥିଲେ ସରକାର । ତେବେ ରାଜ୍ୟ ଘରୋଇ ବସ ମାଲିକ ସଂଘ ବିରୋଧ କରିବାରୁ ବାଲେଶ୍ଵର ସଂଘ ନିଜ ନିଷ୍ପତ୍ତିକୁ ସରକାରଙ୍କ ସାମ୍ନାରେ ଉପସ୍ଥାପନା କରି ଫେରି ଆସିବା ପରେ ଏହି ପ୍ରତିକ୍ରିୟା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ