Masthead

ବାପା-ମାଆଙ୍କ ମ୍ୟାରେଜ ରିସେପସନ୍ ପାର୍ଟିରେ ପୁଅ

ଇସଲାମବାଦ (ବଡ଼ ଖବର ବ୍ୟୁରୋ): କୋଳରେ ୨ ମାସର ଛୁଆ ଧରି ବିବାହ ଭୋଜି ଦେଲେ ଦମ୍ପତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନର ହାଫିଜାବାଦରେ । ଏହି ଦମ୍ପତିଙ୍କ ବିବାହ ଉତ୍ସବର ରିସେପସନ୍‌ ଭିଡିଓ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ନବଦମ୍ପତି ଷ୍ଟେଜରେ ଛିଡ଼ା ହୋଇଥିବା ବେଳେ ସେମାନଙ୍କ କୋଳରେ ଥିଲା ୨ ମାସର ଛୁଆ। ଏହା ପଛର କାରଣ ଶୁଣିଲେ ଯେ କି ଆଶ୍ଚର୍ୟ୍ୟ ହେବ। ଏହା ପଛରେ ରହିଛି କରୋନା ଇମ୍ପାକ୍ଟ। ୨୬ ବର୍ଷୀୟ ରୟାନ ରଉକ ଶେଖ ଓ ତାଙ୍କ ପତ୍ନୀ ଅନମୋଲଙ୍କ ରିସେପସନ ଗୁରୁବାର ଦିନ ବେଶ୍‌ ଧୁମଧାମରେ ଆୟୋଜିତ ହୋଇଥିଲା ।

ସେମାନଙ୍କ କୋଳରେ ଥିବା ଛୁଆକୁ ନେଇ ଚର୍ଚ୍ଚା ଥମିବା ନାଁ ଧରିଲା ନାହିଁ। ଏହାର ଉତ୍ତର ଦେବାକୁ ଯାଇ ରୟାନ କହିଛନ୍ତି, ସେମାନଙ୍କ ରିସେପସନ୍‌ ଗତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ହେବାର ଥିଲା। କିନ୍ତୁ ଉକ୍ତ ଦିନ ସକାଳୁ ସକାଳୁ ସେଠାକାର ସରକାର ଲକ୍‌ଡାଉନ୍‌ ଘୋଷଣା କରିଦେଲେ । ଫଳରେ ସେମାନଙ୍କୁ ନିଜ ରିସେପସନ୍‌କୁ ବାତିଲ କରିବାକୁ ପଡ଼ିଲା। ହେଲେ ସେମାନେ ଜାଣି ନ ଥିଲେ ଏହି କଟକଣା କେତେ ଦିନ ଲାଗୁ ହେବ। ଏହାମଧ୍ୟରେ ରମଜାନ, ଇଦ୍‌ ଆଦି ପର୍ବ ପଡ଼ିବାରୁ ବିବାହ ଭୋଜି କରିବା ସମ୍ଭବପର ହୋଇପାରି ନ ଥିଲା। ସରକାର ବିଭିନ୍ନ ସମୟରେ ନୂଆ ନୂଆ କଟକଣା ଲାଗୁ କରିବା ସହ ଗହଳିକୁ କଡ଼ାକଡ଼ି ଭାବେ ବାରଣ କରୁଥିଲେ। ଏଥିଯୋଗୁ ବନ୍ଧୁପରିଜନଙ୍କୁ ଏକତ୍ରିତ କରିବା ସମ୍ଭବପର ହୋଇପାରିଲା ନାହିଁ।

ଏହାମଧ୍ୟରେ ରୟାନଙ୍କ ପତ୍ନୀ ଗର୍ଭବତୀ ହୋଇଗଲେ। ତେଣୁ ଭୋଜିଭାତ ଆୟୋଜନ ସମ୍ଭବ ହୋଇପାରିଲା ନାହିଁ। ଗତ ଜାନୁଆରୀରେ ଅନମୋଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଏହି ଦମ୍ପତି ଭୋଜି ଆୟୋଜନରେ ଲାଗି ପଡ଼ିଲେ। ପ୍ରଥମେ ଭୋଜି ନିମନ୍ତେ ୮୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପୁଣି ଥରେ କରୋନା ଗ୍ରାଫ ବଢ଼ିବାରୁ ଏହି ସଂଖ୍ୟା ୨୦୦ରେ ସୀମିତ ରଖାଗଲା। ଭୋଜି ବେଳର ଫଟୋ ଜଣେ ସମ୍ପର୍କୀୟ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଲା। ଏପରି ସନ୍ତାନ ଦୁନିଆରେ ପ୍ରଥମ, ଯେକି ନିଜ ପିତାମାତାଙ୍କ ବିବାହ ଉତ୍ସବରେ ସାମିଲ ହେବାର ସୁଯୋଗ ପାଇଲା ବୋଲି ୟୁଜରମାନେ କମେଣ୍ଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ