Masthead

‘ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ’

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଏକ ନିଆରା ପଦକ୍ଷେପ । ପ୍ରେମ ଦିବସରେ ଦିବ୍ୟାଙ୍ଗମାନଙ୍କୁ ଭେଟି ଦେଇଛନ୍ତି ଉପହାର । ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ ଆର୍ଥିକ ସହାୟତା । ରାଜ୍ୟରେ ୮୦ ପ୍ରତିଶତ ଦିବ୍ୟାଙ୍କ ବ୍ୟକ୍ତିଙ୍କୁ ଜୀବନସାଥୀ ଯୋଗାଇ ଦେବା ପାଇଁ କଂଗ୍ରେସ ସରକାର ଏକ ଉପହାର ପ୍ରଦାନ କରିବେ। ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ କଲେ ସରକାର ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି ସରକାର । ଏହା ସହିତ ସରକାର ଭିନ୍ନ ଜାତିରେ ବିବାହ ପାଇଁ ଦିଆଯାଇଥିବା ଆର୍ଥିକ ସହାୟତା ପରିମାଣକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିଛନ୍ତି।

ସାମୂହିକ ବିବାହକୁ ପ୍ରୋତ୍ସାହିତ କରିବାକୁ ଗେହଲଟ ସରକାର ମଧ୍ୟ ଚେଷ୍ଟା କରିଛନ୍ତି। ସରକାର ସାମୂହିକ ବିବାହ ଅନୁଦାନ ଯୋଜନା ଅନ୍ତର୍ଗତ ଦେୟ ଅନୁଦାନ ପରିମାଣକୁ ଦମ୍ପତିଙ୍କ ପାଇଁ ୧୮ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ବିଭିନ୍ନ ସମାଜ, ଜାତି ଏବଂ ଧର୍ମର ଲୋକେ ସାମୂହିକ ବିବାହ ସମାରୋହରେ ଅଂଶଗ୍ରହଣ କରି ବିବିଧତାର ଏକତାର ଆତ୍ମାକୁ ଅନୁଭବ କରନ୍ତି ଏବଂ ଅତି କମରେ ୨୫ ଦମ୍ପତି ବିବାହ କରନ୍ତି, ତେବେ ଏହି କାର୍ୟ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା