ଆଜି ସରିବ ତ୍ରିପୁରା ଇଲେକ୍ସନ ପ୍ରଚାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ। ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ୟ୍ୟକ୍ରମ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ତ୍ରିପୁରାରେ ରାଲି କରିଛନ୍ତି। ଅଗରତାଲାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ବିଜେପି ସରକାର ରାଜ୍ୟକୁ ଅରାଜକତା ମୁକ୍ତ କରିଛି ଏବଂ ରାଜ୍ୟରେ ଶାନ୍ତି ଆଣିଛି। ପୂର୍ବ ବାମ ସାମ୍ମୁଖ୍ୟ ସରକାର ବିରୋଧରେ ବର୍ଷି ମୋଦୀ କହିଛନ୍ତି, ତ୍ରିପୁରାର ଲୋକମାନେ ପୂର୍ବର ଅରାଜକତାପୂର୍ଣ୍ଣ ଦିନ ଗୁଡ଼ିକୁ କେବେ ବି ଭୁଲିବେନି। ଆମେ ତ୍ରିପୁରାକୁ ଶାନ୍ତି ଆଣିଛୁ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିଛୁ। ତ୍ରିପୁରାର ଲୋକମାନେ ଲାଲ୍‌ ସଙ୍କେତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଡବଲ ଇଂଜିନ ସରକାରକୁ ନିର୍ବାଚିତ କରିଛନ୍ତି। ତ୍ରିପୁରାରେ ଡବଲ ଇଂଜିନ ସରକାର ପ୍ରତି ସମର୍ଥନ ଦେଖି ମୋର ଖୁସି ଦ୍ବିଗୁଣା ହୋଇଯାଉଛି। ତ୍ରିପୁରାର ଭୋଟରମାନେ ଦାଦାବଟି ସଂସ୍କୃତିରେ ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ରାଜଧାନୀ ଖୁବ୍‌ ଶୀଘ୍ର ବ୍ୟବସାୟର ପେଣ୍ଠସ୍ଥଳି ହେବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!