Before Header

ନକଲି ସାର୍ଟିଫିକେଟ୍‌ ଲିଙ୍କ, ଜୟପୁରରୁ ୪ ଗିରଫ

0 29

ଜୟପୁର(ବଡ଼ ଖବର ବ୍ୟୁରୋ): ନକଲି ସାର୍ଟିଫିକେଟ୍‌ ଲିଙ୍କରେ ୪ ଜଣଙ୍କୁ ଗିରଫ କଲା ଜୟପୁର ଟାଉନ ଥାନା ପୋଲିସ । ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିଲେ । ଗିରଫ ଅଭିଯୁକ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବୋଲି ଜଣାପଡ଼ିଛି । ଜାଲ୍‌ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଚୟନ ହୋଇଥିଲେ, ଯାଞ୍ଚ ବେଳେ ଧରା ପଡ଼ିଛନ୍ତି ।

ପ୍ରଥମେ ବଲାଙ୍ଗୀରରୁ ଧରାପଡ଼ିଥିଲା ଜାଲ ସାର୍ଟିଫିକେଟ କାରବାର । ୪ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସମ୍ବଲପୁରରୁ ମଧ୍ୟ ଏହାର ଲିଙ୍କ ଥିବା ଜଣାପଡ଼ିଛି । ସମ୍ବଲପୁର ଡାକ ବିଭାଗ ପକ୍ଷରୁ ୬ ଜଣ ଚାକିରୀ ଆଶାୟୀଙ୍କ ନାଁରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଛି ।

 

Leave A Reply

Your email address will not be published.