Masthead

ଫୋର୍ ‘ଟି’ ଉପରେ ଗୁରୁତ୍ୱ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ତରଙ୍ଗକୁ ନେଇ କେନ୍ଦ୍ରସରକାରଙ୍କ ଚିନ୍ତା ବଢିଯାଇଛି । ଦେଶରେ ଟିକାକାରଣ ଅଭିଯାନ, ତୃତୀୟ ଲହର ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଜି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଅଲୋଚନା କରିଛନ୍ତି । ଟିକା ଅଭାବରୁ ଓଡ଼ିଶା ଓ ତାମିଲନାଡୁରେ ଟିକାକରଣ ପ୍ରଭାବିତ ହୋଇଛି ।

ଏହି ଦୁଇରାଜ୍ୟରେ ଟିକାକରଣ କେନ୍ଦ୍ର ମଧ୍ୟରୁ ଅନେକ ବନ୍ଦ ହୋଇଯାଇଛି । ତଥାପି ପ୍ରଧାନମନ୍ତ୍ରୀ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରୋନା କରିନାଳନା ନେଇ ଦେଇଛନ୍ତି ଗୁରୁମନ୍ତ୍ର । ଟେଷ୍ଟ୍, ଟ୍ରାକ୍ , ଟିଟ୍କୁ ଗୁରୁତର ସହ ନେଇ ଆଗକୁ ବଢିବାକୁ ପଡିବ । ଯେଉଁଠି ପଜିଟିଭ ଅଧିକ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଉ । ନର୍ଥଇଷ୍ଟର କିଛି ରାଜ୍ୟରେ ବିଲକୁଲ୍ ଲକଡାଉନ୍ କରାଯାଇନାହିଁ । ସେହି ରାଜ୍ୟଗୁଡିକ ମାଇକ୍ରୋ କଣ୍ଟେନମେଣ୍ଟ କରି ଲକଡାଉନ୍ ଏଡାଇପାରିଛନ୍ତି । ଟିକା ଆମ ପାଇଁ ବଡ଼ ଅସ୍ତ୍ର। ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କରୋନାକୁ ରୋକିବା ପାଇଁ ଅଧିକରୁ ଅଧିକ ଟିକାକରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳରେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ସିନିୟର ଅଫିସରଙ୍କୁ ଦାୟିତ୍ୱ ଦେବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ୧୫ରୁ ୨୦ଦିନ ମଧ୍ୟରେ କାମ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ୟୁରୋପ ଓ ଏସିଆର କିଛି ଦେଶରେ ପୁଣି ସଂକ୍ରମଣ ବଢୁଛି। ଏକ୍ସପର୍ଟ କହୁଛନ୍ତି ଲଗାତର କେସ ବଢିଲେ ମ୍ୟୁଟେସନ୍ ବଢିଯାଏ । ତୃତୀୟ ଲହର ରୋକିବାକୁ ହେଲେ କଡ଼ା ପଦକ୍ଷେପ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ