Masthead

ଗିରଫ ହୋଇପାରନ୍ତି ଇମରାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କୁ ଗିରଫ କରିବାକୁ ୱାରେଣ୍ଟ ଧରି ତାଙ୍କ ବାସଭବନରେ ପହଞ୍ଚିଛି ପୋଲିସ । ତୋଷଖାନା ମାମଲାରେ ଇସଲାମାବାଦ ପୋଲିସ ୱାରେଣ୍ଟ ଧରି ପିଟିଆଇର ଅଧ୍ୟକ୍ଷ ଇମରାନ ଖାନଙ୍କ ଇସଲାମାବାଦର ଜମା ପାର୍କ ସ୍ଥିତି ବାସଭବନରେ ପହଞ୍ଚିଛି ।

ସେସନ କୋର୍ଟର ଜଜ୍ ଜଷ୍ଟିସ ଜଫର ଇକବାଲ ଫେବୃଆରୀ ୨୮ ତାରିଖରେ ଇମରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ଫେବୃଆରୀ ୨୮ରେ ଅନେକ ମାମଲାରେ କୋର୍ଟରେ ହାଜର ହୋଇଥିଲେ ଇମ୍ରାନ ଖାନ । ଶୁଣାଣି କ୍ରମରେ ଅନେକ ମାମଲାରେ ତାଙ୍କୁ ଆସ୍ୱସ୍ଥି ମିଳିଥିବା ବେଳେ ତୋଷଖାନା ମାମଲାରେ ତାଙ୍କ ଉପରେ ୱାରେଣ୍ଟ ଜାରି କରାଯାଇଥିଲା । ସମାନ ଦିନରେ ୪ଟି ମାମଲାର ଶୁଣାଣି ହୋଇଥିବା ବେଳେ ଇମ୍ରାନ ଖାନ ୩ଟି କୋର୍ଟରେ ହାଜର ହୋଇଥିଲେ ବି ତୋଷଖାନା ମାମଲାର ବିଚାର କରୁଥିବା କୋର୍ଟରେ ହାଜର ହୋଇନଥିଲେ ଇମ୍ରାନ ଖାନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ