ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଅଲକାଦିର ଟ୍ରଷ୍ଟ ମାମଲାକୁ ରାଜନୀତିକରଣ କରି ତାଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେପଟେ ତେହରିକ-ଇ-ଇନସାଫର ୧୦ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି । ଆଜି ଅଲକାଦିର ଟ୍ରଷ୍ଟ ମାମଲାର ତଦନ୍ତରେ ସାମିଲ ହେବାକୁ ଯାଉଥିବାବେଳେ ତାଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି ।
ଏପରିକି ତାଙ୍କର ଗିରଫ ସମ୍ଭାବନା ୮୦ ପ୍ରତିଶତ ରହିଛି ବୋଲି ସେ ଆଶଙ୍କା କରିଛନ୍ତି । ଆସନ୍ତା ନିର୍ବାଚନରେ ଶାସକ ଦଳ ପରାସ୍ତ ହେବା ଆଶଙ୍କା ଥିବାରୁ ସରକାର ତାଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପାକିସ୍ତାନ ତେହରିକ ଇ ଇନସାଫର ୧୦ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିଚାର ମିଲିଟାରୀ କୋର୍ଟରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।