Masthead

ଆଇପିଏଲ ରୋମାଞ୍ଚକର ମ୍ୟାଚ୍‌, ଶେଷ ବଲ୍‌ରେ ଜିତିଲା ପଞ୍ଜାବ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚକୁ ରୋମାଞ୍ଚକର ଭାବେ ଶେଷ ବଲରେ ଜିତି ନେଇଛି ପଞ୍ଜାବ କିଙ୍ଗସ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ବିଶାଳ ୨୦୦ ରନ୍‌ କରିବା ସତ୍ତ୍ୱେ ମ୍ୟାଚ୍‌ରେ ପରାଜୟର ସ୍ୱାଦ ଚାଖିଛି ଚେନ୍ନାଇ ସୁପରକିଙ୍ଗସ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପରକିଙ୍ଗ୍ସ । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନର ବିଶାଳ ସ୍କୋର କରିଥିଲା ଚେନ୍ନାଇ ସୁପରକିଙ୍ଗସ । କିନ୍ତୁ ୨୦୧ ରନର ବିଜୟ ଲକ୍ଷ୍ୟକୁ ରୋମାଞ୍ଚକ ଭାବେ ଶେଷ ବଲରେ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ । ଡେଭନ୍ କନୱେଙ୍କ ଅପରାଜିତ ୯୨ ରନ୍‌ ସହାୟତାରେ ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୨୦୦ ରନ କରିଥିଲା ।

ଜାବାବରେ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନଥିଲେ ହେଁ ପଞ୍ଜାବ କିଙ୍ଗ୍ ୨୦ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ଶେଷ ବଲ୍‌ରେ ୩ ରନ୍‌ ଚୋରାଇବା ସହ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ଚିତ୍ କରି ଦେଇଛି ପଞ୍ଜାବ କିଙ୍ଗ୍ସ। ପଞ୍ଜାବ କିଙ୍ଗ୍ସର ଜଣେ ହେଲେ ବ୍ୟାଟର୍‌ ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଶିଖର ଧାୱନଙ୍କ ଦଳ ବଡ଼ ସ୍କୋର୍‌କୁ ପଛରେ ପକାଇ ଦେଇଥିଲା। ଶେଷ ଓଭରରୁ ୯ ଏବଂ ଶେଷ ୨ ବଲରୁ ୫ ରନ୍ ଆବଶ୍ୟକ ପଡ଼ିଥିଲା। ମଥିଶା ପଥିରଣାଙ୍କଠାରୁ ୨ ଓ ୩ ରନ୍‌ ‌ନେଇ ଜିମ୍ବାୱେ ବ୍ୟାଟର୍‌ ସିକନ୍ଦର ରାଜା ପୁଣି ଥରେ ପଞ୍ଜାବକୁ ବିଜୟ ମଣ୍ଡିତ କରିଥିଲେ। ଶେଷ ବଲକୁ ସେ ଡିପ୍ ଫାଇନ ‌ଲେଗ୍ ଓ ଡିପ୍ ମିଡ୍ ୱିକେଟ୍ ମଝି ଦେଇ ବାଉଣ୍ଡରି ପାଖାପାଖି ପଠାଇ ଦେଇଥିଲେ।

ବଲ୍ ଆସିବା ପୂର୍ବରୁ ସିକନ୍ଦର ରାଜା ଓ ସାହାରୁଖ ଖାନ ୩ ରନ୍‌ ‌ଦୌଡ଼ି ଦଳକୁ ଚମତ୍କାର ବିଜୟ ଦେଇଥି‌ଲେ। ପଞ୍ଜାବ ୯ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଞ୍ଚମକୁ ଉଠିଥିବା ବେଳେ ସମାନ ୧୦ ପଏଣ୍ଟ ସହ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଚତୁର୍ଥରେ ରହିଛି। ଦଳର ପରାଜୟ ସତ୍ତ୍ବେ ଡେଭନ୍ କ‌ନ‌ୱେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ଟସ୍ ଜିତି ଧୋନି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେ ପାୱାର ପ୍ଲେ ଭିତରେ ୱିକେଟ୍ ନ ହରାଇ ୫୭ ରନ୍ କରିଥିଲେ। ଗାଏକ୍ବାଡଙ୍କୁ କିନ୍ତୁ ସିକନ୍ଦର ରାଜା ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ।

ନ୍ୟୁଜିଲାଣ୍ଡ୍‌ ଖେଳାଳି ଡେଭନ୍ କନୱେ ୩୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ସହ ୫୨ ବଲରୁ ୯୨ ରନ୍ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ। ଶିବମ ଦୁବେଙ୍କ ୧୭ ବଲ୍‌ ୨୮ ରନ୍‌ ପରେ ଶେଷ ଦୁଇ ବଲରୁ ଧୋନିଙ୍କ ଯୁଗଳ ଛକା ଦଳକୁ ୨୦୦ ରନ୍‌ ପ୍ରଦାନ କରିଥିଲା। ଶେଷରେ ପ୍ରଭସିମ୍ରନ ସିଂହ, ଲିଆମ ଲିଭିଙ୍ଗଷ୍ଟୋନ୍‌, ସାମ କରନ୍, ଜିତେଶ ଶର୍ମାଙ୍କ ଛୋଟ ଛୋଟ ପାଳି ପଞ୍ଜାବକୁ ବିଜୟ ପଥରେ ରଖିଥିଲା। ୧୭ତମ ଓଭରରେ ତୁଷାର ଦେଶପାଣ୍ଡେଙ୍କ ପ୍ରଥମ ୪ ବଲରୁ ୨୨ ରନ୍‌ (୬, ୬, ୪ ବାଇ, ୬) ଆଦାୟ କରିବା ପରେ ପଞ୍ଚମ ବଲ୍‌ରେ ଲିଭିଙ୍ଗଷ୍ଟୋନ୍ ଆଉଟ୍ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ