Before Header

Breaking News

ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଅର୍ଥ ବିଲ୍ ସମେତ ୨୫ଟି ବିଲ୍ ଆଗତ ହେବା ସମ୍ଭାବନା: ୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ କମିପାରେ କାର୍ଯ୍ୟ ଦିବସ: ସଂସଦଙ୍କୁ ଦିଆଯାଇପାରେ ଟିକା
ଜେଇଇ ମେନ୍ ରେଜଲ୍ଟ: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ: ଫେବ୍ରୁଆରୀ ୨୩ରୁ ୨୬ ଯାଏଁ ପରୀକ୍ଷା ଦେଇଥିଲେ ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ
ବିଶ୍ୱରେ କରୋନା କାୟା: ମୃତ୍ୟୁସଂଖ୍ୟା ୨୬ ଲକ୍ଷ ୪ ହଜାର ୮୦୩କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୭୪ ଲକ୍ଷ ୩୩ ହଜାର ୫୩୪: ସୁସ୍ଥ ହେଲେଣି ୯ କୋଟି ୨୯ ଲକ୍ଷ ୩୮ ହଜାର ୪୪୨ ପାର୍
ନାରୀ ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ: ଚଳିତବର୍ଷର ଥିମ୍ ଚୁଜ୍-ଟୁ-ଚ୍ୟାଲେଞ୍ଜ: ସବୁ କେନ୍ଦ୍ରୀୟ ଐତିହ୍ୟ ସ୍ଥଳରେ ଦେଶ ବିଦେଶର ମହିଳା ପର୍ଯ୍ୟଟକଙ୍କ ପାଇଁ ନିଃଶୁଳ୍କ ପ୍ରବେଶ

ସରିଲା କଂଗ୍ରେସର ବନ୍ଦ ଜାଣନ୍ତୁ କେଉଁଠି କେମିତି ଥିଲା ପ୍ରଭାବ

Prakash Maharatha

0 63

ଭୂବନେଶ୍ୱର (ବଡ଼ ଖବର ବ୍ୟୁରୋ): ତୈଳଦର ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ଆଜି ସାରା ରାଜ୍ୟରେ ୬ଘଣ୍ଟିଆ ବନ୍ଦ ଡାକାରା ଦେଇଥିଲା ରାଜ୍ୟ କଂଗ୍ରେସ । ସକାଳ ୭ଟାରୁ ଦିନ ୧ଘଣ୍ଟିକା ପର୍ଯ୍ୟନ୍ତ ଏହି ବନ୍ଦ ଡାକାରା ଦିଆଯାଇଥିଲା । ଦୋକାନ ବଜାର ଓ ବସ, ଟ୍ରକ ଭଳି ଭାରି ଯାନବାହାନ ଚଳାଚଳ ବନ୍ଦ ଥିବା ବେଳେ ବାଇକ ଓ ଅଟୋକୁ କାଁ ଭାଁ ଦେଖିବାକୁ ମିଳିଥିଲା । ରାଜଧାନୀ ସମେତ ରାଜ୍ୟର ସବୁ ସ୍ଥାନରେ ଅଳ୍ପ ବହୁତେ ବନ୍ଦର ପ୍ରଭାବ ପଡିଥିଲା । ବନ୍ଦକୁ ସଫଳ କରିବା ପାଇଁ ଆଗେଇ ଆସିଥିଲେ ଦଳର ଛାମୁଆ ସଂଗଠନ । ସକାଳ ୭ଟାରୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମୀମାନେ ପିକେଟିଂ କରିବା ସହ ରାସ୍ତାକୁ ଓହ୍ଲାଇ ଆସିଥିଲେ । କେତକ ସ୍ଥାନରେ ଟାୟର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ । ସକାଳୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଭୂବନେଶ୍ୱର ମାଷ୍ଟର କ୍ୟଣ୍ଟିନ ଠାରେ ପିକେଟିଂ କରିଥିଲେ । ଏହି ସମୟରେ ଜଣେ ଅଟୋଚାଳକଙ୍କୁ କଂଗ୍ରେସ କର୍ମୀ ମାରପିଟ କରିଥିବାର ଅଭିଯୋଗ ହୋଇଥିଲା । ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ବିଧାନସଭା ଆଡକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ବାଟରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା । କର୍ମୀମାନେ ବିନା ହେଲମେଟରେ ଶୋଭାଯାତ୍ରା ବାହାର କରିଥିବାରୁ ସେମାନଙ୍କ ନାଁରେ ଫାଇନ କଟାଯିବ ବୋଲି ମଧ୍ୟ କହିଛନ୍ତି ଭୂବନେଶ୍ୱର ଡିସିପି । ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଭୂବନେଶ୍ୱର ରେଳ ଷ୍ଟେସନ ଭିତରେ ପଶି ଟ୍ରେନ ଅଟକାଇଥିଲେ । ଏକ ଘଣ୍ଟା ପର୍ଯ୍ୟନ୍ତ ରେଳ ରୋକ କରାଯାଇଥିଲା । କଟକରେ ମଧ୍ୟ ସମାନ ଅବସ୍ଥା । ଦଳୀୟ କର୍ମୀ ପିକେଟିଂ କରିବା ସହ ଟ୍ରେନ ଆଟକାଇଥିଲେ । ନବରଙ୍ଗପୁରରେ କଂଗ୍ରେସ କର୍ମୀମାନେ ଶଗଡ ଗାଡିରେ ରାଲି ବାହାର କରି ତୈଳଦର ବୃଦ୍ଧିର ପ୍ରତିବାଦ କରିଥିଲେ । ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରାମେଶ ଜେନା ସାଇକେଲରେ ଶୋଭାଯାତ୍ରା କରି ବନ୍ଦକୁ ସଫଳ କରିବା ପାଇଁ ପିକେଟିଂ କରିଥିଲେ ।

ବନ୍ଦକୁ ଶନ୍ତିପୁର୍ଣ୍ଣ ଭାବେ ପାଳନ କରିବା ପାଇଁ ପିସିସି ସଭାପତି ଆହ୍ୱାନ କରିଥିଲେ ମଧ୍ୟ କେତକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଥିଲା । ରାଜଧାନୀର କେତକ ସ୍ଥାନରେ ବରଯାତ୍ରୀ ଗାଡିକୁ ମଧ୍ୟ କର୍ମୀମାନେ ଅଟକାଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସେପଟେ ଆଜିର ବନ୍ଦକୁ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜ ପଟ୍ଟନାୟକ । କାଁ ଭାଁ ଗଣ୍ଡୋଗଳ ପାଇଁ ସେ ଦୁଖିଃତ ଥିବା ମଧ୍ୟ କହିଛନ୍ତି । ଏହି ବନ୍ଦର ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡିବ ବୋଲି କହିଛି ଶାସକ ବିଜେଡି । ସେପଟେ ବିଜପି କହିଛି କି କଂଗ୍ରେସ ବିପର୍ଯ୍ୟୟକୁ ଲୁଚାଇବା ପାଇଁ ବନ୍ଦ ଡାକରା ଦେଇଛି ।

Leave A Reply

Your email address will not be published.