Masthead

ସାଲେପୁର ନିର୍ବାଚନ ମଣ୍ଡଳୀରେ ସବୁଦଳରେ ଗୋଷ୍ଠୀ କନ୍ଦଳ

ସାଲେପୁର(ବଡ଼ ଖବର ବ୍ୟୁରୋ); ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବୃଦ୍ଧି ପାଇବାରେ ଲାଗିଛି । ଭୋଟରଙ୍କୁ ମନାଇବା ପାଇଁ ତିନି ପ୍ରମୁଖ ଦଳ ଭିତରେ ଚାଲିଛି ଅଙ୍କକଷା । ରାଜନୈତିକ ଦଳମାନେ ଆରମ୍ଭ କରିଦେଲେଣି ବିଭିନ୍ନ କାର୍ଯ୍ୟକ୍ରମ ।

ସାଲେପୁର । କଟକ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ପ୍ରତିଟି ସାଧାରଣ ନିର୍ବାଚନରେ ଏଠାରେ ଥିବା ୩୦ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାଲଘୁ ଭୋଟର ନେଇଥାନ୍ତି ନିର୍ଣ୍ଣାୟକ ଭୂମିକା । ବିଜେଡି ଦଖଲରେ ସାଲେପୁର ଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ଓ ଜନଅସନ୍ତୋଷ ୨୦୨୪ରେ ଦଳ ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଏବେ ଟକ୍କର ଦେଉଛନ୍ତି ହିମାଂଶୁ ମହାନ୍ତି । ସମାନ୍ତରାଳ ଭାବେ ଦଳୀୟ କାର୍ଯ୍ୟକ୍ରମ ଚଳାଇଛନ୍ତି ହିମାଂଶୁ ।

ଜନସମ୍ପର୍କ ପଦଯାତ୍ରାରେ ବିଧାୟକ ଓ ହିମାଂଶୁଙ୍କ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ । ପଦାରେ ପଡିଥିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଏହାର ଫାଇଦା ନେଇ ବିଶ୍ୱେଶ୍ୱର ସ୍ୱାଇଁଙ୍କ ନେତୃତ୍ୱରେ ବିଜେଡିର ଆଉ ଏକ ଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି । ଦଳ ପ୍ରଶାନ୍ତଙ୍କ ଉପରେ ଭରସା କରିବ ନା ନୂଆମୁହଁଙ୍କୁ ପ୍ରାର୍ଥୀ କରିବ ସମୟ ଆସିଲେ ସ୍ପଷ୍ଟ ହେବ ।

ବିଜେଡିର ଗୋଷ୍ଠୀ କନ୍ଦଳରୁ ବିଜେପି ଓ କଂଗ୍ରେସ ଫାଇଦା ଉଠାଇବା ପାଇଁ ଚଳାଇଛନ୍ତି ଉଦ୍ୟମ । ବିଜେପିର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ୨୪ରେ ଦଳ ତାଙ୍କୁ ଭରସା କରିପାରେ ବୋଲି ଆଲୋଚନା ହେଉଛି । ସେହିପରି କଂଗ୍ରେସ ମଧ୍ୟ ସ୍ଥିତି ସଜାଡିବାରେ ଲାଗିଛି । ଆକ୍ୟୁବ ଖାଁ କଂଗ୍ରେସରୁ ଟିକେଟ ହାତେଇବା ପାଇଁ ଆଶା ବାନ୍ଧିଛନ୍ତି। ୨ଲକ୍ଷ ୨୦ହଜାରରୁ ଅଧିକ ଭୋଟର ଥିବା ସାଲେପୁର –ଟାଙ୍ଗୀ ନିର୍ବାଚନ ମଣ୍ଡଳୀରୁ କିଏ ବିଧାନସଭାକୁ ନିର୍ବାଚିତ ହେଉଛି ଠିକ୍ ସମୟରେ ସ୍ପଷ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ