Masthead

ରାଜଧାନୀ ଭୁବନେଶ୍ୱରରେ ୧୦୬ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    ମହଙ୍ଗା ମାଡରୁ ନିସ୍ତାର ନାହିଁ । ଦୁଇଦିନ ଧରି ତୈଳଦର ସ୍ଥିର ରହିବା ପରେ ଆଜି ପୁଣି ବଢିଛି । ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ପୂର୍ବରୁ ରେକର୍ଡ ସ୍ତରରେ ଥିବା ବେଳେ ଏବେ ଏହା ଆହୁରି ମହଙ୍ଗା ହୋଇଛି । ସେପଟେ ଆଜି ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏ ବଢିଛି । ପେଟ୍ରୋଲ ଲିଟର ଦର ପିଛା ଦାମ ୧୦୪.୭୯ ଟଙ୍କା, ଓ ଡିଜେଲର ଦାମ ୯୩.୫୨ ଟଙ୍କା ରହିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ ୩୪ ପଇସା ବଢି ୧୧୦.୭୫ ଟଙ୍କା ଓ ଡିଜେଲ ଲିଟର ପିଛା ୩୭ ପଇସା ବଢି ୧୦୧.୪୦ ଟଙ୍କା ହୋଇଛି । ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦାମ ୧୦୫ ଟଙ୍କା ଏବଂ ୯୬.୬୩ ଟଙ୍କା ରହିଛି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୧୦ ଟଙ୍କା ଓ ଡିଜେଲ ୯୭.୯୩ ଟଙ୍କାକୁ ବୃଦ୍ଧି ହୋଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୋକମାନେ ପେଟ୍ରୋଲ ଓ ଡିଜେଲ ବର୍ଦ୍ଧିତ ଦରକୁ ନେଇ ହନ୍ତସନ୍ତ ହେଉଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୧ ପଇସା ବଢିଛି । ଫଳରେ ଲିଟର ପିଛା ଦାମ ୧୦୬.୦୬ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୧ ପଇସା ମହଙ୍ଗା ହେବାରୁ ଦାମ ୧୦୨.୩୩ ଟଙ୍କା ହୋଇଛି । ଦେଖିବାକୁ ଗଲେ ସବୁଠି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଲେକମାନେ ଆଉଟିପାଉଟି ହେଉଛନ୍ତି । ଅଧିକାଂଶ ରାଜ୍ୟରେ ୧୦୦ ଟଙ୍କା ପାର କରିଛି ଡିଜେଲ ଓ ପେଟ୍ରୋଲ ଦର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା