Masthead

ମରୁଡ଼ିର ପଦଧ୍ୱନି ମଧ୍ୟରେ ଫିକା ପଡ଼ିବ ନୂଆଁଖାଇ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ଆଉ କିଛିଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ନୂଆଁଖାଇ ପର୍ବ ପାଳନକୁ ନେଇ ଚଳଚଂଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡିଶା । ହେଲେ ମହାମାରୀ କରୋନା ଲୋକଙ୍କ ନୂଆଁଖାଇ ଉତ୍ସାହକୁ ଫିକା ପକାଇ ଦେଇଛି । ୧୧ ତାରିଖ ଦିନ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲୋକଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କରୋନା ସଂକ୍ରମଣ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ରାଜାରାଜୁଡା ସମୟରୁ ଚାଲି ଆସିଥିବା ନୂଆଁଖାଇ ପର୍ବକୁ କଟକଣା ମାନି ପାଳନ କରିବା ସହ ପରମ୍ପରାକୁ ବଜାୟ ରଖିବାକୁ ପଡିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବାସୀ । ଆସନ୍ତା ଶନିବାର ଦିନ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଆ ସମଲେଶ୍ୱରୀ ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମା’ ପାଟଣେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି କରାଯିବ । ପଶ୍ଚିମ ଓଡିଶାବାସୀ ନିଜ ନିଜ ଘରେ ପୂଜାର୍ଚ୍ଚନା କରିବା ସହ ନୂଆଁଖାଇ ପର୍ବ ପାଳନ କରିବେ ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ନୂଆଁଖାଇ ପର୍ବର ସେହି ଶୁଭ ମୁହୁର୍ତ୍ତକୁ ଲୋକେ ଅନାଇ ରହିଛନ୍ତି । ଚିରାଚରିତ ଭାବରେ ନୂଆଖାଇ ପାଇଁ ପଶ୍ଚିମ ଓଡିଶା ଚଳଚଂଚଳ ଥିଲେ ମଧ୍ୟ ଚଳିତବର୍ଷ ମରୁଡ଼ି ପାଇଁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡ଼ିଛି । ଅନିୟମିତ ବର୍ଷା ଯୋଗୁଁ ଗଜାମରୁଡ଼ି ଭଳି ପରିସ୍ଥିତି ଯୋଗୁଁ ପଦ୍ମପୁର ଉପଖଣ୍ଡ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚାଷୀମାନଙ୍କ ଦୁଃଖ ହରଣ କରିବା ନିମନ୍ତେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପଶ୍ଚିମ ଓଡିଶାକୁ ମରୁଡ଼ି ଘୋଷଣା କରିବା ନିମନ୍ତେ ବିଭିନ୍ନ ଚାଷୀ ସଙ୍ଗଠନ ଦାବି କରୁଛନ୍ତି । ଏହିସବୁ ମଧ୍ୟରେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଠପ ହୋଇ ପଡିଛି ସାଧାରଣ ଲୋକଙ୍କ ରୋଜଗାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି