Before Header

ଓଡ଼ିଶାରେ ଜନ୍ମିତ ପ୍ରତି ଶିଶୁଙ୍କ ମୁଣ୍ଡରେ ୨୩,୭୬୨ ଟଙ୍କା ଋଣ

0 20

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୁଣ୍ଡପିଛା ଋଣ ୨୩ ହଜାର । ଆପଣ ଭାବୁଥିବେ କେଉଁ ଋଣ କଥା ଆମେ କହୁଛୁ । ଆପଣଙ୍କ ମଧ୍ୟରୁ ଅନେକ ଋଣ ନେଇନଥିବେ କିନ୍ତୁ ଆମେ କାହିଁକି କହୁଛୁ ଯେ ପ୍ରତିମୁଣ୍ଡ ପିଛାଋଣ ୨୩ ହଜାର । ଖାଲି ୨୩ ହଜାର ନୂଆ ପୂରା ହିସାବ କଲେ ଏହା ୨୩ ହଜାର ୭୬୨ ଟଙ୍କା । ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଏହିକଥା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗତ ୯ ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡ ପିଛା ଋଣଭାର ବୃଦ୍ଧି ପାଇଚାଲିଛି । ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢେଇଗୁଣ ବଢିଛି । ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣପରିମାଣ ୯୧୪୪ ଟଙ୍କା ୪୦ ପଇସା ଥିଲା । ତେବେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୨୩ହଜାର ୭୬୧ ଟଙ୍କା ୮୩ ପଇସାରେ ପହଞ୍ଚିସାରିଛି । ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୨୨ହଜାର ୯୧୭ଟଙ୍କା ହେବା ନେଇ ଆକଳନ କରାଯାଇଛି । ମହାଲେଖାକାର, ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ବର୍ଷର ଜୁଲାଇ ଶେଷ ସୁଦ୍ଧା ୧ ଲକ୍ଷ ୪ହଜାର ୩୧୨. ୧୨ କୋଟି ଟଙ୍କା ଋଣ ହୋଇଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦ ଜିଏସଡିପିର ୧୭.୨୦ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୮ ମାସରେ ଋଣ ଭାର ୧୮ହଜାର ୬୦୫.୧୩ କୋଟି ଟଙ୍କା ବଢିବ । ସୂଚନାଯୋଗ୍ୟ, ୨୦୦୦-୦୧ରେ ରାଜ୍ୟର ଋଣବୋଝ ପରିମାଣ ପ୍ରାୟ ୨୧୦୦୧.୮୮ କୋଟି ଥିଲା । ଏତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି । ବିଜେପି କହିଛି ରାଜ୍ୟସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଛି ।

ଏ ପ୍ରସଙ୍ଗରେ ଯେତେବଳେ ନିଜେ ଅର୍ଥମନ୍ତ୍ରୀ ଉତ୍ତର ରଖିଛନ୍ତି ଆଉ ମାନୁଛନ୍ତି ସେତେବେଳେ କହିବା କାହାକୁ । ଗୃହରେ ନିଜେ ମନ୍ତ୍ରୀ ମାନୁଥିବା ବେଳେ ଗୃହ ବାହାରେ ବିଧାୟକ ମାନେ ଅତି ହାଲୁକାର ସହ ଏହାର ଉତ୍ତର ରଖୁଛନ୍ତି । କୋଭିଡ୍ ଭଳି ପ୍ରତିକୂଳ ସମୟରେ ରାଜ୍ୟ ସରକାର ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ତେବେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବଜେଟ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ।

ମୁଣ୍ଡପିଛା ଋଣ ବଢିଚାଲିଛି । ସରକାର ବିକାଶ କଥା ସବୁବେଳେ କହୁଥିବା ବେଳେ ଏପଟେ କିନ୍ତୁ ରାଜ୍ୟ ଋଣରେ ବୁଡ଼ି ରହିଛି । ଯଦି ଏଥିପ୍ରତି ସରକାର ଏବେଠାରୁ ଧ୍ୟାନ ନଦେବେ ତେବେ ଆଗାମୀ ଦିନରେ ସରକାର ଋଣ ଭାରରେ ବୁଡ଼ି ଯିବ ।

Leave A Reply

Your email address will not be published.