Masthead

‘ଡିଏନ୍ ଗ୍ରୁପ’ରେ ରେଡ୍, ଦ୍ୱିତୀୟ ଦିନରେ ଚଢାଉ ଜାରି

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଦିନରେ ଡିଏନ୍ ଗ୍ରୁପରେ ଜାରି ରହିଛି ରେଡ । ୨ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି ଅୟକର ଅଧିକାରୀ । ଗତକାଲି ୨୦ରୁ ଅଧିକ ସ୍ଥାନରେ ଚଢାଉ ହୋଇଥିଲା । ୩୦କୋଟି ନଗଦ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଥିଲା । ଆଜି ୨ କର୍ମଚାରୀଙ୍କୁ ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା ।

କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆଇଟି । ୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ଆରମ୍ଭ ହୋଇଥିଲା । ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନିର ଏକାଧିକ ସଂସ୍ଥା ରହିଛି। ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି । ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍‌କୁ ଯାଞ୍ଚ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା