Masthead

ସାଂଘାତିକ ରୂପ ନେଉଛି କେରଳ ସଂକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣ କମିବାର ନାଁ ଧରୁନି । ଦୌନିକ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଏବେ ସାଂଘାତିକ ରୂପ ନେଇଛି। ମଙ୍ଗଳବାର ରାଜ୍ୟରେ ପୁଣି ୨୩,୬୭୬ ନୂଆ ମାମଲା ଚିହ୍ନଟ ହୋଇଛି। ୨ ମାସ ମଧ୍ୟରେ କୌଣସି ରାଜ୍ୟରେ ପ୍ରଥମ ଥର ପାଇଁ ଏତେ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମେ’ ୨୭ ପରେ ରାଜ୍ୟରେ ଏହା ସର୍ବାଧିକ ସଂକ୍ରମଣ। ବୁଧବାର କେରଳରେ ୨୨,୪୧୪ ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି।

କେରଳ ଯାଇଥିବା କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସ୍ଥିତି ସଂପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ରିପୋର୍ଟ ଦାଖଲ କରିବାପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ‌ ଫୋନ୍‌ରେ କଥା ହୋଇଛନ୍ତି। କରୋନା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେରଳ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ କେରଳକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମଣ୍ଡାଭିୟା ଆଶ୍ବାସନା ଦେଇଛନ୍ତି। ସଂକ୍ରମଣ ବଢ଼ିବାରୁ କେରଳ ସରକାର  କଟକଣା କଡ଼ାକଡ଼ି କରିଛନ୍ତି। ସରକାରଙ୍କ ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ଯେଉଁ ସ୍ଥାନରେ ୧୦୦୦ ଲୋକରେ ୧୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବ ସେଠାରେ ଟ୍ରିପଲ୍‌ ଲକଡାଉନ୍‌ ଜାରି ହେବ। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ୍  ଏହି ଘୋଷଣା କରିଛନ୍ତି।

କେରଳରେ ସଂକ୍ରମଣ ଲଗାତାର ବଢ଼ୁଥିବାରୁ ସ୍ଥିତି ଯାଞ୍ଚ ପାଇଁ ଏକ କେନ୍ଦ୍ରୀୟ ଟିମ୍‌ କେରଳ ଯାଇଥିଲେ। ୬ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗତ ସପ୍ତାହରେ କେରଳ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ତେବେ ଏହି ଟିମ୍‌ ଦେଇଥିବା ରିପୋର୍ଟ ଅନୁଯାୟୀ ବିଭିନ୍ନ କାରଣ ପାଇଁ କେରଳରେ ସଂକ୍ରମଣ ବଢ଼ୁଛି।

ଉକ୍ତ ଟିମ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଦେଇଥିବା ସୂଚନାନୁଯାୟୀ କେରଳରେ ସଂକ୍ରମିତ ରୋଗୀ ହୋମ୍‌ ଆଇସୋଲେସନ୍‌ରେ ଥିବା ସମୟ‌ରେ ସ୍ବାସ୍ଥ୍ୟ ଯାଞ୍ଚ କରିବାରେ ଅବହେଳା ଏବଂ ସଠିକ୍‌ ଭାବେ କରୋନା ନିୟମାବଳି ନମାନିବା ଦ୍ବାରା ସଂକ୍ରମଣ ବଢ଼ିଛି। କେନ୍ଦ୍ରୀୟ ଟିମ୍‌ ଅନୁଯାୟୀ କେରଳରେ ୯୦ ପ୍ରତିଶତରୁ ଅଧିକ କୋଭିଡ୍‌ ଆକ୍ରାନ୍ତ ‌ହୋମ୍‌ ଆଇସୋଲେସନ୍‌‌ରେ ଅଛନ୍ତି। କିନ୍ତୁ ରାଜ୍ୟରେ ହୋମ୍‌ ଆଇସୋଲେସନ୍‌ ନି‌ୟମାବଳି ସଠିକ୍‌ ପାଳନ ହେଉନାହିଁ। ତେଣୁ ସରକାର ଇନଷ୍ଟିଚ୍ୟୁସନାଲ୍‌ କ୍ବାରାଣ୍ଟିନ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ