Masthead

ଥାନା ଭିତରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ

ସୋର (ବଡ଼ ଖବର ବ୍ୟୁରୋ): ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ମାରିବା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଥାନା ଭିତରେ ସୋର ଓ ନୟାପଲ୍ଲୀ ପୋଲିସ ଓକିଲଙ୍କୁ ମାଡ ମାରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଜୁଲାଇ ୪ ତାରିଖ ରାତିରେ ସୋର ପୋଲିସ ଓ ନୟାପଲ୍ଲୀ ପୋଲିସ କୌଣସି କାରଣ ନଥାଇ ଆଇନଜିବୀ ଧୀରେନ୍ଦ୍ର ଦାସଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ । ସ୍ଥାନୀୟ କଲେଜ ଛକ ଭଡ଼ା ଘରୁ ଆଣି ଥାନାରେ ନିସ୍ତୁକ ମାଡ଼ ମାରିବା ପରେ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲେ ।

ବର୍ତ୍ତମାନ ଏହି ଘଟଣାରେ ସିସିଟିଭି ଫୁଟେଜ ପୋଲିସ ଦବଙ୍ଗଗିରିକୁ ସାମ୍ନାକୁ ଆଣୁଛି । ପୋଲିସର କାମ ସୁରକ୍ଷା ଦେବା ଥିବାବେଳେ ଏଠି ପୋଲିସ ଜଣେ ବ୍ୟକ୍ତିଙ୍କ ଉପରେ ଥାନା ଭିତରେ ହାତ ଉଠାଉଛି । ଖାଲି ହାତ ଉଠାଇନାହିଁ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖିଛି । ଏନେଇ ଦୀର୍ଘ ଦିନ ଧରି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଓକିଲ ସଂଘ ପକ୍ଷରୁ ଜିଲ୍ଲା ଏସପିଙ୍କୁ ଭେଟି ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲେ ମଧ୍ୟ ଆଜି ଯାଏ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସାରା ଜିଲ୍ଲାରେ କାର୍ଯ୍ୟବନ୍ଦ କରୁଛି ସଂଘ । ଯିଏ ସୁରକ୍ଷା ଦେବା କଥା ସିଏ ଯଦି ଏଭଳି କାମ କରିବ ତାହାଲେ ସାଧାରଣ ଜନତା କାହାକୁ ଭରସା କରିବେ । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏଥିରେ କଣ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା