Masthead

ପ୍ରଥମ ଦିନରେ ବ୍ୟାକଫୁଟରେ କଙ୍ଗାରୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆଜି ଠାରୁ ଆରମ୍ଭ ହୋଇଛି ବକ୍ସିଂ ଡେ ଟେଷ୍ଟ । ଏହି ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଏହି ଟେଷ୍ଟରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ବିନା ଆଜିଙ୍କେ ରାହାନେଙ୍କ ନେତୃତ୍ୱରେ ଦଳ ଆଜି ପଡ଼ିଆକୁ ଓହ୍ଲାଇଥିଲା । ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ମ୍ୟାଚ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଙ୍ଗାରୁ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର ୧୯୫ ରନ ସଂଗ୍ର କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଲସ ଲାବୁସାନେ ସର୍ବଧିକ ୪୮ ଓ ଟ୍ରାଭିସ ହେଡ ୩୮ ରନ ସଂଗ୍ରହ କରିଥିଲେ ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ କରିବାକୁ ଆସିଥିଲା । ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ସୁଧାରିବା ପାଇଁ ଚେଷ୍ଟା କରୁଛି । ଗତ ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ପୃଥ୍ୱୀ ଶଙ୍କ ସ୍ଥାନରେ ଶୁଭମନ ଗିଲ୍ ଙ୍କୁ ସ୍ଥାନ ମିଳିଥିଲା । ଆଜି ଭାରତର ପାରି ଆରମ୍ଭ କରିଥିଲେ ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ୍ । ବ୍ୟାଟିଂ ଆରମ୍ଭରୁ ଭାରତକୁ ଲାଗିଥିଲା ଝଟକା । ମୟଙ୍କ ଅଗ୍ରୱାଲ ଜିରୋ ରନରେ ଷ୍ଟାର୍କଙ୍କ ଶିକାର ହୋଇଥିଲା । ଏହା ପରେ ଦଳକୁ ସମ୍ଭାଳିଥିଲେ ଡେବ୍ୟୁ କରିଥିବା ଶୁଭମନ ଗିଲ୍ ଓ ଚେତେଶ୍ୱର ପୂଜାରା । ଭାରତ ପକ୍ଷରୁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୪ଟି, ରବି ଚନ୍ଦ୍ରନ ଅଶ୍ୱିନ ୩ଟି, ଆଜି ଡେବ୍ୟୁ କରିଥିବା ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା