Masthead

ଆଜି ଅଧାରୁ ଖେଳାଯିବ ଭାରତ-ପାକ୍ ମ୍ୟାଚ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପର ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବାଧକ ସାଜିଲା ବର୍ଷା ।  ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି ।  ଆଜି ପୁଣି ଖେଳାଯିବ ଭାରତ ପାକିସ୍ତାନ ମ୍ୟାଚ୍ । ବର୍ଷା ପାଇଁ ଗତକାଲିର ଅସମାପ୍ତ ମ୍ୟାଚ୍‌ ଆଜି ଖେଳାଯିବ । ୨୪.୧ ଓଭରରୁ ଆଜି ପୁଣି ବ୍ୟାଟିଂ ଆରମ୍ଭ କରିବ ଭାରତ । ବିରାଟ କୋହଲି ଓ କେଏଲ୍‌ ରାହୁଲ ଆରମ୍ଭ କରିବେ ବ୍ୟାଟିଂ। ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକଯିବା ପରେ ବର୍ଷା ପୁଣି ବାଟ ଓଗାଳିଛି।

ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରିଥିବାବେଳେ ବର୍ଷା କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା । ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ଆଜି ଭାରତ ସେହି ଅଧା ପାଳି ଠାରୁ ହିଁ ପୁନଃ ଖେଳିବ। । ତେବେ ଆଜି ବି କଲମ୍ବୋରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି । ଆଉ ଆଜିର ମ୍ୟାଚ ରଦ୍ଦ ହେଲେ ଦୁଇ ଦଳ ଗୋଟିଏ ଲେଖାଁଏ ପଏଣ୍ଟ ଭାଗ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!