Before Header

ଗିରଫ ହେଲେ ରାଜସ୍ୱ ନିରୀକ୍ଷକ

0 40

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ମାମଲା । ଗିରଫ ହେଲେ ରାଜସ୍ୱ ନିରୀକ୍ଷକ ।  ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ନକଲ ଦସ୍ତଖତ ମାରି ଅଡ଼ୁଆରେ ପଡିଯାଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନ । ୨୦୧୮ରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ୟ୍ୟ କରୁଥିଲେ ବିଶ୍ଵନାଥ ପ୍ରଧାନ । ନିଜ ସିସିଆରରେ ପୂର୍ବତନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ ମାରିଥିଲେ । ଏହି ମାମଲାରେ ୫ ବର୍ଷ ପରେ ଟାଉନ ଥାନା ପୋଲିସ ବିଶ୍ଵନାଥକୁ କାମାକ୍ଷାନଗରରୁ ଗିରଫ କରିଛି। ଏଥି ସହିତ ରାଜସ୍ବ ନିରୀକ୍ଷକଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜକୁ ଜବତ କରି ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.