Masthead

ଦିଲ୍ଲୀରେ ହଲ୍ଲାବୋଲ, ପ୍ରଥମେ ସଂସଦ ଏବେ ଜନ୍ତରମନ୍ତର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ହଲ୍ଲାବୋଲ । ପ୍ରଥମେ ସଂସଦ ଏବେ ଜନ୍ତରମନ୍ତର । ଇଣ୍ଡିଆ ମେଣ୍ଟର ଜବରଦସ୍ତ ପ୍ରହାର । ଜଣେ ଜଣେ ନେତା ଆସିଲେ କେନ୍ଦ୍ର ଉପରେ ବର୍ଷିଲେ । କାହିଁକି ଭୁଶୁଡିଲା ଆଇନ ଶୃଙ୍ଖଳା, ମୋଦିଙ୍କୁ ମାଗିଲେ ଜବାବ । ସଂସଦରୁ ୧୪୬ ସାଂସଦଙ୍କୁ ନିଲମ୍ବନ ପରେ ଦିଲ୍ଲୀ ଜନ୍ତରମନ୍ତରରେ ଗର୍ଜିଲା ବିରୋଧୀ ଇଣ୍ଡିଆ ମେଣ୍ଟ । ୧୩ ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟିକୁ ନେଇ ଗୋଟିଏ ପରେ ଗୋଟିଏ ନେତା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କେମିତି ୨ ଯୁବକ ଲୋକସଭା ଗ୍ୟାଲେରିକୁ ଆସିଲେ, ତଳକୁ ଡେଇଁଲେ, ସ୍ମୋକ ସ୍ପ୍ରେ କଲେ ଏହାର ଉତ୍ତର ମାଗିଛନ୍ତି ନେତା । ଏତେ ବଡ଼ ଘଟଣାରେ ଗୃହମନ୍ତ୍ରୀ କାହିଁକି ବିବୃତି ରଖିଲେ ନାହିଁ । ସୁରକ୍ଷାରେ କାହିଁକି ତ୍ରୁଟି ହେଲା କହି ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ ମେଣ୍ଟ ନେତା ।

କିଏ ସେହି ବ୍ୟକ୍ତି, କେମିତି ଆସିଲା, ଏହାର ଉତ୍ତର ମାଗିବା କଣ ଭୁଲ କି? ୧୪୬ ସାଂସଦଙ୍କୁ କେଉଁ ଆଧାରରେ ନିଲମ୍ବନ କରାଗଲା, ପ୍ରଶ୍ନର ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭଲ ଆଇନକୁ ଆମେ ସମର୍ଥନ କରିଥାଉ, ହେଲେ ସରକାର ଯାହା କରୁଛନ୍ତି ତାହା ଭୁଲ କହି ବର୍ଷିଛନ୍ତି ଖଡଗେ । ସେପଟେ ଆଉ ୨ ପାଦ ଆଗକୁ ଯାଇ ରାହୁଲ ସୁରକ୍ଷାରେ କାହିଁକି ତ୍ରୁଟି ହେଲା ମାଗିଛନ୍ତି ଉତ୍ତର । ଖାଲି ଯେ କଂଗ୍ରେସ ନୁହେଁ ମେଣ୍ଟରେ ଥିବା ସିପିଆଇଏମ, ଆରଜେଡି ନେତା ମଧ୍ୟ ସାଂସଦଙ୍କ ନିଲମ୍ବନକୁ ନିନ୍ଦା କରିଛନ୍ତି ସିପିଆଇଏମ ନେତା ସିତାରାମ ୟେଚୁରି କହିଛନ୍ତି, ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି ।

ଯଦି ଦେଶରେ ଗଣତନ୍ତ୍ର ଏବଂ ସମ୍ବିଧାନ ବଂଚାଇବାକୁ ଚାହୁଁଛନ୍ତି ତାହେଲେ ମୋଦି ସରକାରଙ୍କୁ ହଟାଇବାକୁ ପଡିବ । ସେପଟେ ଆରଜେଡି ନେତା ମନୋଜ ଝା କଟାକ୍ଷ କରି କହିଛନ୍ତି, ଏ ସରକାର ବିରୋଧୀ ମୁକ୍ତ ସଂସଦ ଚାହୁଁଛନ୍ତି, ଖେଳାଳି ମୁକ୍ତ ପଡିଆ ଚାହୁଁଛନ୍ତି, କୌଣସି ମିଡିଆ ଏ ସରକାରଙ୍କୁ ଯେମିତି ପ୍ରଶ୍ନ ନ କରିବ ତାହା ଚାହୁଁଛନ୍ତି ସରକାର । ସଂସଦରୁ ୧୪୬ ସାଂସଦଙ୍କୁ ନିଲମ୍ବନ ପରେ କେନ୍ଦ୍ର ଉପରେ ବର୍ଷିଛି ଇଣ୍ଡିଆ ମେଣ୍ଟ । ମୋଦି ସରକାରଙ୍କ ତାନାସାହି ଶାସନକୁ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ