Masthead

ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବେଗୁନିଆ (ବଡ଼ ଖବର ବ୍ୟୁରୋ): ବେଗୁନିଆ ଥାନା ଅଞ୍ଚଳରେ ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଉଛି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟ ଅତୀତରେ ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ସର୍ବ ସମ୍ମୁଖରେ ଗାଁ ଦାଣ୍ଡରେ ଆକ୍ରମଣ ଘଟଣା ଘଟିଥିବା ବେଳେ ପୁଣି ଥରେ ଆଉ ଜଣେ ମହିଳାଙ୍କୁ କିଛି ଲୋକ ଗାଁ ଦାଣ୍ଡରେ ମାଡ଼ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ଥାନା କଡବ୍ ଗ୍ରାମରେ ।

ଜମିଜମା ଘଟଣାକୁ ନେଇ କଡବ୍ ଗାଁର ମିନିକା ବଳବନ୍ତରାୟଙ୍କୁ ଗାଁର କିଛି ଲୋକ ମାଡ଼ ମାରିବା ସହ ତାଙ୍କର ଚାଳଘରେ ନିଆଁ ଲଗାଇ ଦେଇଥିଲେ । ସେପଟେ ବେଗୁନିଆ ଥାନାରେ ମହିଳାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ମାଡ଼ ମାରିଥିବା କିଛି ଗାଁ ଲୋକଙ୍କ ଚାପରେ ବେଗୁନିଆ ପୋଲିସ ପୀଡ଼ିତାଙ୍କ ନାମରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ତେବେ ଗାଁ ଦାଣ୍ଡରେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ସାଧାରଣରେ ନିନ୍ଦା କରାଯାଇଛି । ବେଗୁନିଆ ଥାନା ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟିବା ଖୋର୍ଦ୍ଧା ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ