ଟାଇଟଲ ଲକ୍ଷ୍ୟରେ ଉଭୟ ଦଳ, ଭାରତର ପଲା ଭାରି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇସିସି ଦିନିକିଆ ବିଶ୍ୱକପ୍ ଫାଇନାଲ ଫାଇଟ । ଆଉ କେଇ ଘଣ୍ଟା ଆରମ୍ଭ ହେବ ମହାଲଢେଇ । ଟାଇଟଲ ଲକ୍ଷ୍ୟରେ ଉଭୟ ଭାରତ ଅଷ୍ଟ୍ରେଲିଆ ଦଳ । ଶେଷ ଥର ୨୦୦୩ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଏହି ଦୁଇ ଟିମ । ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୦୩ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ଇଣ୍ଡିଆ ଟିମ । ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି ଟିମ । ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି , କୁଳଦୀପ ଯାଦବଙ୍କ ଉପରେ ବିଶେଷ ନଜର । କ୍ୟାପଟେନ ରୋହିତ ଶର୍ମା ୫୫୦ ରନ କରିଥିବା ବେଳେ ଗୋଟିଏ ଶତକ, ୩ଟି ଅର୍ଦ୍ଧଶତକ ମାରିଛନ୍ତି । ସେହିପରି ଶୁବମନ ଗିଲ୍ ୩୫୦ ରନରେ ୪ଟି ଅର୍ଦ୍ଧଶତକ, ବିରାଟ କୋହଲି ୭୧୧ରନରେ ୩ଟି ଶତକ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ଶ୍ରେୟସ ଆୟର ୫୨୬ରନ ସ୍କୋର କରିଥିବା ବେଳେ ୨ଟି ଶତକ ୩ଟି ଅର୍ଦ୍ଧଶତକ କରିଛନ୍ତି । ସେପଟେ ଯଦି ୱିକେଟ କଥା ଦେଖିବା ଯଶପ୍ରୀତ୍ ବୁମରା ୧୦ଟି ମ୍ୟାଚରେ ୧୮ଟି ୱିକେଟ, ମହମ୍ମଦ ସାମି ୬ଟି ମ୍ୟାଚରେ ୨୩ ୱିକେଟ, କୁଳଦୀପ ଯାଦବ ୧୦ଟି ମ୍ୟାଚରେ ୧୬ଟି ୱିକେଟ ନେଇଛନ୍ତି ।

ଅଷ୍ଟ୍ରେଲିଆ ଟିମର ମଧ୍ୟ ଡେଭିଡ ୱାର୍ଣ୍ଣର, ଟ୍ରାଭେସ ହେଡ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱିଲ, ମିଚେଲ ଷ୍ଟାର୍କ, ପ୍ୟାଟ କମିନସ, ଆଡାମ ଜାମ୍ପାଙ୍କ ଉପରେ ନଜର ରହିବ । ଡେଭିଡ ୱାର୍ଣ୍ଣର ୫୨୮ ରନରେ ୨ଶତକ ୨ ଅର୍ଦ୍ଧଶତକ । ଟ୍ରାଭେସ ହେଡ ୧୯୨ ରନରେ ଗୋଟିଏ ଅର୍ଦ୍ଧଶତକ, ମିଚେଲ ମାର୍ଶ ୪୨୬ ରନରେ ୨ଶତକ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଗ୍ଲେନ ମ୍ୟାକ୍ସୱିଲ୩୯୮ ରବରେ ୨ଶତକ ୧ଅର୍ଦ୍ଧଶତକ । ମିଚେଲ ଷ୍ଟାର୍କ ୯ଟି ମ୍ୟାଚରେ ୧୦ଟି ୱିକେଟ ନେଇଛନ୍ତି । ସେହିପରି ପ୍ୟାଟ କମିନସ ୧୦ଟି ମ୍ୟାଚ ୧୩ ୱିକେଟ, ଆଡାମ ଜାମ୍ପା ୧୦ ମ୍ୟାଚରେ ୨୨ ୱିକେଟ ନେଇଛନ୍ତି । ତେଣୁ ଉଭୟ ଉଭୟଙ୍କୁ ଆଜି କଡ଼ା ଟକ୍କର ଦେବେ । ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛନ୍ତି ଉଭୟ ଟିମ । ଆଶାକୁ ଭାରତୀୟ ଦଳ କେତେଦୂର ପୂରଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ