Masthead

୨୦୧୯ ପରାଜୟର ପ୍ରତିଶୋଧ ନେଲା ଭାରତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ଫାଇନାଲରେ ଭାରତ । ଆଉ ମାତ୍ର ପାଦେ ଦୂରରେ ଭାରତର ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ୱାଙ୍ଖଡେ ଷ୍ଟାଡିୟମରେ ଦମଦାର ପ୍ରଦର୍ଶନ କରିଛି ରୋହୀତ ବାହିନୀ । ବିରାଟ କୋହଲି, ଶ୍ରେୟସ ଆୟାର ଓ ମହମ୍ମଦ ସାମିଙ୍କ ପ୍ରମୁଖ ଭୂମିକା ନିଭାଇଛନ୍ତି । କୋହିଲ ଓ ଆୟାର ଶତକ ମାରିଥିବାବେଳେ ସାମି ୭ଟି ୱିକେଟ ନେଇଥିଲେ । ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ ପୁଣିଥରେ ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ରୋହିତ୍ ଓ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । ରୋହିତ୍ ୨୯ ବଲର ସାମ୍ନା କରି ୪ ଚୌକା ଓ ୪ ଛକା ମାରିଥିଲେ । ଗିଲ୍ ମଧ୍ୟ ଆଉଏକ ଅର୍ଦ୍ଧଶତକ ମାରିଥିଲେ । ରୋହିତ ଆଉଟ୍ ହେବା ପରେ ଗିଲ୍ ଓ କୋହଲି, କିୱି ବୋଲରଙ୍କୁ ଆକ୍ରମଣ ଜାରି ରଖିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ହରାଇ କରିଥିଲା

୩୯୭ ରନ । ସ୍କୋର ୧୬୪ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଗିଲ୍ । କୋହଲି ନିଜର ୫୦ତମ ଏବଂ ଆୟର ନିଜର ପଂଚମ ଶତକ ପୂରଣ କରିଥିଲେ । ଶତକ ମାରିବା ପରେ ଆଉଟ ହୋଇଥିଲେ କୋହଲି । କୋହଲି ୧୧୩ ବଲର ସାମ୍ନା କରି ୧୧୭ ରନ୍ କରିଥିଲେ । ଆୟର ମଧ୍ୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ । ସେ ମାତ୍ର ୭୦ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ । ଲୋକେଶ ରାହୁଲ ୨୦ ବଲରେ ଦ୍ରୁତ ୩୯ ରନ୍ କରି ଭାରତକୁ ୩୯୭ ରନର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ୨୦୧୯ରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ । ଏହାର ଠିକ ୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି