Masthead

ଓଡ଼ିଆ ଚଳଚ୍ଚିତ୍ର “କହିବିନି ତୋତେ I Love You”ର ମହୁରତ

କଟକ,(ବଡ଼ ଖବର ବ୍ୟୁରୋ):

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କହିବିନି ତତେ ଆଇ ଲଭ୍ ୟୁ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । କଟକରେ ହୋଟେଲ ଦି ବ୍ଲୁ ଲାଗୁନ୍‌ରେ ଆୟୋଜିତ ଏହି ମହୁରତ ଉତ୍ସବରେ ଉକ୍ତ ଚଳଚ୍ଚିତ୍ର ପାଇଁ ମନୋନୀତ ତାରକା ମାନଙ୍କ ସମେତ ପ୍ରଯୋଜକ , ନିର୍ଦ୍ଦେଶକ , ସଙ୍ଗୀତ ନିର୍ଦ୍ଦେଶକ ଏବଂ ସିନେମା ସହ ଜଡ଼ିତ କଳାକାର ଓ ଟେକ୍ନିସିଆନ୍ ମାନେ ଯୋଗ ଦେଇଥିଲେ ।

ତିତିଲି ପ୍ରଡକ୍ସନ୍ସ ଏଇ ଚଳଚ୍ଚିତ୍ର ତିଆରିରେ ସହଭାଗିତା କରିଛନ୍ତି ଏଲ୍.ଟି ପ୍ରଡକ୍ସନ । କାହାଣୀ ପରିକଳ୍ପନା ସହ ପ୍ରଯୋଜନା କରୁଛନ୍ତି ପ୍ରୀତିଶ୍ ମହାନ୍ତି । ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେବେ ଓଡ଼ିଆ ଆଲବମର ବେଶ୍ ଜଣାଶୁଣା କୋରିଓଗ୍ରାଫର୍ ଯୋଡ଼ି ଲୁବୁନ୍ – ଟୁବନ୍ । ସଂଳାପ ଲେଖୁଛନ୍ତି ବାପୁ ଗୋସ୍ବାମୀ । ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀଙ୍କ ରଚିତ ଗୀତଗୁଡ଼ିକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର , ଅର୍ପିତା ଚୌଧୁରୀ ଏବଂ ଦୀପ୍ତିରେଖା ପାଢ଼ୀ । ଓଡ଼ିଆ ମ୍ୟୁଜିକାଲ୍ ଆଲବମରେ ଅନେକ ସଫଳ ଗୀତଦୃଶ୍ୟର ନିର୍ଦ୍ଦେଶନା ଓ କୋରିଓଗ୍ରାଫି କରିବା ସହ ଗୀତଦୃଶ୍ୟର ନାୟକ ସାଜିଥିବା ଲୁବୁନ୍ ପ୍ରଥମ ଥର ପାଇଁ ବଡ଼ପରଦାର ନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ତାଙ୍କ ବିପକ୍ଷର ନାୟିକା ସାଜିବେ ମୁମ୍ବାଇ ଅବସ୍ଥାପିତ ଉଦୀୟମାନ ଅଭିନେତ୍ରୀ ସୋନା । ଏ ଦୁହିଁଙ୍କ ବ୍ୟତୀତ ଏଇ ଚଳଚ୍ଚିତ୍ରରେ ଅର୍ପିତା କର , ସନ୍ଦୀପ ମିଶ୍ର , ରିଶ୍ନା , ସରୋଜ ଦାସ , ପ୍ରଭାତୀ ସାହୁ , ପୃଷ୍ଠା ପଣ୍ଡା , ଅଶୋକ ଦାସ , ମିଲି ମହାନ୍ତି , ଟନିଆ , ଡିସ୍କୋ ରେଡ୍ଡୀ , କାଳିଆ , ଗୁଡୁ , ମିଷ୍ଟର ଗୁଲୁଆ , କାଳିଆ ଷଣ୍ଡ , ଅଭିଷେକ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ