Before Header

ସୁପର୍ ଓଭରରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍‌ ସୁଇପ୍‌

0 525

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): ତୃତୀୟ ଟି-ଟ୍ୱେଣ୍ଟିରେ ବି ଜିତିଲା ଭାରତ । ୩ୟ ଟି-ଟ୍ୱେଣ୍ଟିରେ ସୁପର ଓଭରରେ ଜିତିଲା ଭାରତ । ପ୍ରଥମ ସୁପର ଓଭର ଟାଇ ପରେ ୨ୟ ସୁପର ଓଭରରେ ଜିତିଲା ଭାରତ । ରୋହିତ ଶର୍ମାଙ୍କ ପଞ୍ଚମ ଟି୨୦ ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ମ୍ୟାଚ ପରି ପ୍ରଥମ ସୁପର ଓଭରରେ ମଧ୍ୟ ଟାଇରେ ଶେଷ ହୋଇଥିଲା। ଆଫଗାନିସ୍ତାନ ୧୬ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ରନ୍‌ କରିଥିଲା। ପରେ ଦ୍ୱିତୀୟ ସୁପର ଓଭରରେ ଭାରତ ମାତ୍ର ୧୧ ରନରେ ଏହାର ଦୁଇ ଉଇକେଟ ହରାଇଥିଲା। ରୋହିତ ପ୍ରଥମ ୩ ବଲରେ ୧୧ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୨ ବଲରେ ଭାରତ ୨ ଉଇକେଟ ହରାଇଥିଲା। ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ଣୋଇଙ୍କୁ ବୋଲିଂ ଭାର ଦେଇ ରୋହିତ ଯେଉଁ ରିସ୍କ ନେଇଥିଲେ ତାହା କାମ ଦେଇଥିଲା। ବିଷ୍ଣୋଇ ୩ ବଲରେ ଦୁଇ ଉଇକେଟ ନେବାରୁ ଭାରତ ମ୍ୟାଚ୍‌ ଜିତିବା ସହ ପୂରା ଷ୍ଟାଡିୟମ ଝୁମି ଉଠିଥିଲା।

ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଏକଦା ୨୨ ରନରେ ଭାରତର ୪ଟି ୱିକେଟ ଯାଇଥିବା ବେଳେ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ସହ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୯ ବଲ୍‌ରେ ୧୨୧ ରନ୍‌ ଓ ରିଙ୍କୁ ସିଂ ୩୯ ବଲ୍‌ରେ ୬୯ ରନ୍‌ର ଧୁଆଁଧାର ଇନିଂସ ଖେଳିଥିଲେ। ଏହାର ଜବାବରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଯାହାଫଳରେ ମ୍ୟାଚ୍‌ଟି ଡ୍ର’ ହୋଇଥିଲା। ମ୍ୟାଚ ଡ୍ର’ ହେବାରୁ ସୁପର ଓଭର ଖେଳାଯାଇଥିଲା। ଯେଉଁଥିରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ବି ଗୋଟିଓ ୱିକେଟ ହରାଇ ୧୬ ରନ କରିଥିଲା। ଫଳରେ ଏହି ମ୍ୟାଚ୍‌ର ଫଳାଫଳ ପାଇଁ ଦ୍ୱିତୀୟ ଥର ଲାଗି ସୁପର ଓଭର ଖେଳାଯାଇଥିଲା। ଦ୍ୱିତୀୟ ସୁପର ଓଭରରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ ସଂଗ୍ରହ କରିଥିଲା। ମାତ୍ର ଆଫଗାନିସ୍ତାନ ସୁପର ଓଭରରେ ୧ ରନରେ ୨ଟି ୱିକେଟ ହରାଇ ମ୍ୟାଚ ହାରିଥିଲା। ଭାରତ ପକ୍ଷରୁ ଦ୍ୱିତୀୟ ସୁପର ଓଭରରେ ସ୍ପିନର ରବି ବିଷ୍ମୋୟୀ ୧ ରନ ଦେଇ ଦୁଇଟି ୱିକେଟ ନେଇ ବିଜୟର ହିରୋ ସାଜିଥିଲେ।

Leave A Reply

Your email address will not be published.