Masthead

ଚୌକି ଚିନ୍ତାରେ ଗେହଲଟ, ଦିଲ୍ଲୀରେ ପହଞ୍ଚିଲେ କଂଗ୍ରେସର ୪ ବିଧାୟକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଞ୍ଜାବ କଂଗ୍ରେସ ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର । କିନ୍ତୁ ପଞ୍ଜାବ ପରେ ଏବେ ରାଜସ୍ଥାନ ପାଳି ପଡିଛି । ତେବେ ପଞ୍ଜାବ କଂଗ୍ରେସରୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଆଶୋକ ଗେହଲଟ ଏ ନେଇ ଚିନ୍ତାରେ ପଡିଯାଇଛନ୍ତି । ଗେହଲଟ ଏବେ ନିଜ ଚୌକି ଚିନ୍ତାରେ । ସୂଚନା ଆନୁଯାୟୀ ବହୁଜନ ସମାଜ ପାର୍ଟିରୁ ରାଜସ୍ଥାନ କଂଗ୍ରେସରେ ସାମିଲ ହେଇଥିବା ୪ ବିଧାୟକଙ୍କୁ ନେଇ ଅଡୁଆ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ରାଜସ୍ଥାନ ରାଜନୀତିରେ ହାଇଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସର ଏହି ୪ ବିଧାୟକ ବିଦ୍ରୋହ କରିବା ନେଇ ଡଣାପଡୁଛି । ଦୀର୍ଘ ସମୟ ଅପେକ୍ଷା ପରେ ୪ ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି । ସେପଟେ ଅନ୍ୟ ୨ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଭେଟିବା ନେଇ ପହଞ୍ଚିଛନ୍ତି । ଏ ନେଇ ଏବେ ରାଜସ୍ଥାନ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ସୂଚନା ଆନୁଯାୟୀ , ବିଏସପିରୁ ୬ ଜଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ କଂଗ୍ରେସରେ ମିଶାଇଥିଲେ । ଖାଲି ଏତିକି ନୁହେଁ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ମିଳିଥିଲା । କିନ୍ତୁ ଏବେ ୬ ଜଣଙ୍କ ମଧ୍ୟରୁ ୪ ଜଣ ବିଧାୟକ ବିଦ୍ରୋହ ମୁଡରେ ଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଦିଲ୍ଲୀ ଆସିଥିବା ବିଧାୟକ ମାନେ କହିଛନ୍ତି, ଅନ୍ୟ ବିଧାୟକଙ୍କ ସହ ସଦସ୍ୟତା ରକ୍ଷା କରିବା ପାଇଁ ଏକ ଆଇନଗତ ପ୍ରତିକାର ଖୋଜିବାକୁ ଆମେ ଦିଲ୍ଲୀ ଆସିଛୁ । ସେ କହିଛନ୍ତି ଯେ, ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ସଦସ୍ୟତା ରକ୍ଷା କରିବା । ସେପଟେ ସେମାନେ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସମେତ ସମସ୍ତ କଂଗ୍ରେସ ନେତାଙ୍କୁ ଭେଟିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ