Masthead

ହାଇପର୍ସୋନିକ୍ ମିଜାଇଲ୍ ରେସରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାରିଆଡ଼େ ଯୁଦ୍ଧର ଭୟ । ଅଶାନ୍ତ ହୋଇପଡ଼ୁଛି ବିଶ୍ୱ ସମୁଦାୟ ।ତେବେ ଏହାରି ଭିତରେ ଦେଖିବାକୁ ମିଳୁଛି କିଛି ଯୁଦ୍ଧାସ୍ତ୍ରର କଥା । ତେବେ ଶତ୍ରୁ ଦେଶକୁ ମାତ ଦେବା ପାଇଁ ଭାରତ ମଧ୍ୟ ଯୁଦ୍ଧାସ୍ତ୍ର ଆପଣେଇବାରେ ରେସରେ ଲାଗିପଡ଼ିଛି । ଏହି ଯୁଦ୍ଧାସ୍ତ୍ର ମଧ୍ୟରେ ଅନନ୍ୟ ହାଇପର୍ସୋନିକ । ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ ।

ଶବ୍ଦ ଠାରୁ ୬ରୁ ୭ ଗୁଣ ଅଧିକ ବେଗ ବା ହାଇପର୍ସୋନିକ୍ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶଙ୍କ ତାଲିକାରେ ଭାରତ ବି ରହିଛି ବୋଲି ଆମେରିକା କଂଗ୍ରେସ ରିସର୍ଚ୍ଚ ସର୍ଭିସ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। ହାଇପର୍ସୋନିକ୍ ମିଜାଇଲ୍ ରେସରେ ସାମିଲ ହେଲା ଭାରତ । ଶବ୍ଦ ଠାରୁ ୬-୭ ଗୁଣ ଅଧିକ ବେଦରେ ଗତି କରିପାରିବ ଏହି କ୍ଷେପଣାସ୍ତ୍ର । ଆମେରିକା, ଚୀନ୍ ଓ ଋଷିଆ ନିକଟରେ ରହିଛି ଟେକ୍ନୋଲୋଜି । ତେବେ ଭାରତ, ଅଷ୍ଟ୍ରେଲିଆ, ଫ୍ରାନ୍ସ , ଜର୍ମାନୀ ଓ ଜାପାନ ବି ଏହି ରେସ୍‌ରେ ଅଛନ୍ତି । ତେବେ ୨୦୨୫ରୁ ୨୦୨୮ ମଧ୍ୟରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର ଲାଗି ଭାରତ ଦକ୍ଷତା ହାସଲ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ଭାରତ ଆଉ ଏକ ନିଜସ୍ୱ ହାଇପରସୋନିକ କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ କରୁଛି। ୨୦୧୯ ଜୁନ୍ ଓ ୨୦୨୦ ସେପ୍ଟେମ୍ବରରେ ଭାରତ ସ୍କ୍ରାମ-ଜେଟ୍ ଟେକ୍ନୋଲୋଜିର ସଫଳ ପରୀକ୍ଷଣ କରିଥିଲା । ଏହା ମାକ୍-ସିକ୍ସ୍ ବା ଶଦ୍ଦଠାରୁ ୬ ଗୁଣ ଅଧିକ ବେଗରେ ଗତି କରିବାକୁ ସମର୍ଥ। ତେବେ ଭାରତ ମାକ୍-୧୩ ସ୍ପିଡ୍ ଯାଏଁ ପରୀକ୍ଷଣ ଲାଗି ସଫଳ ବୋଲି ରିପୋର୍ଟରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି