Masthead

୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଜଳେଶ୍ବର(ବଡ଼ ଖବର ବ୍ୟୁରୋ): ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ୪ ଗିରଫ । ଜଳେଶ୍ବର ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ବ୍ରାଉନସୁଗାର ବେପାରୀଙ୍କ ଉପରେ ଚଢଉ । ଜଳେଶ୍ୱର ସହରରେ ଥିବା ଝାଡେଶ୍ୱର ପୁର ଏବଂ ରାଜପୁର ବସ୍ତିରେ ପୃଥକ ପୃଥକ ଭାବେ ଚଢଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଜଣ ବେପାରୀକୁ ମଧ୍ୟ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ।

ତେବେ ଅବକାରୀ ହାତରେ ଧରାପଡି ୨୪୦ ଗ୍ରାମ ବ୍ରାଉନସୁଗାର ସହ ଗିରଫ ହୋଇଥିବା ବେପାରୀ ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳର ଅନୀଲ ମହାନ୍ତ । ସେହିପରି ପାଖାପାଖି ୩୨୦ ଗ୍ରାମ ବ୍ରାଉନସୁଗାର ଜଳେଶ୍ୱର ପୋଲିସ ଜବତ କରିବା ସହ ଗିରଫ କରିଥିବା ୩ ଜଣ ବେପାରୀ ହେଉଛନ୍ତି ଜଳେଶ୍ୱର ଝାଡେଶ୍ୱର ପୁର ବସ୍ତିର । ତେବେ ଏହି ବେପାରୀଙ୍କ ସହ ଜଳେଶ୍ୱର ପୋଲିସର ଭିତିରି ବୁଝାମଣା ରହିଥିବା ଫଳରେ ବେପାର ଓ ବେପାରୀଙ୍କ ଉପରେ ଯେତେ ଚଢଉ କଲେ ମଧ୍ୟ ଦିନକୁ ଦିନ ଜଳେଶ୍ବର ସହରରେ ବ୍ରାଉନସୁଗାର ବେପାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା