Masthead

ବିଶ୍ୱକପ୍ ହାତେଇବା ପାଇଁ ଆଉ ମାତ୍ର ଗୋଟିଏ ପାଦ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଉ ମାତ୍ର ଗୋଟେ ପାଦ । ଟିମ୍ ଇଣ୍ଡିଆ ହାତରେ ବିଶ୍ୱକପ୍ । ୧୯ରେ ଇଣ୍ଡିଆକୁ କିଏ ଦେବ ଟକ୍କର ଦେଖିବାକୁ ଅପେକ୍ଷା । ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇ ବଦଲା ନେଇଛି ଭାରତ । ସେମିରେ କିୱି ଦଳକୁ ହରାଇ ଟିମ୍‌ ଇଣ୍ଡିଆ ଫାଇନାଲକୁ ଉନ୍ନୀତ ହୋଇଛି । ୭୦ ରନର ବିଶାଳ ବ୍ୟବଧାନରେ ଭାରତ ବିଜୟ ହାସଲ କରିଥିବା ବେଳେ ୨୦୧୯ ସେମି ପରାଜୟର ପ୍ରତିଶୋଧ ନେଇଛି । ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍‌ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍‌ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।

ବୁମ୍‌ରା, ସିରାଜ, କୁଲଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ହରାଇ କରିଥିଲା ୩୯୭ ରନ । ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ ପୁଣିଥରେ ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ରୋହିତ୍ ଓ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । ରୋହିତ୍ ୨୯ ବଲର ସାମ୍ନା କରି ୪ ଚୌକା ଓ ୪ ଛକା ମାରିଥିଲେ । ଗିଲ୍ ମଧ୍ୟ ଆଉଏକ ଅର୍ଦ୍ଧଶତକ ମାରିଥିଲେ । ଦଳର ସ୍କୋର ୧୬୪ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଗିଲ୍ । ଗିଲଙ୍କ ପରେ କୋହଲି ଓ ଶ୍ରେୟସ ଆୟର ରନ୍ ଗତି ଜାରି ରଖିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୬୩ ରନ୍ ଯୋଡ଼ିଥିଲେ । କୋହଲି ନିଜର ୫୦ତମ ଏବଂ ଆୟର ନିଜର ପଂଚମ ଶତକ ପୂରଣ କରିଥିଲେ ।

ଶତକ ମାରିବା ପରେ ଆଉଟ ହୋଇଥିଲେ କୋହଲି । କୋହଲି ୧୧୩ ବଲର ସାମ୍ନା କରି ୧୧୭ ରନ୍ କରିଥିଲେ । ଆୟର ମଧ୍ୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ । ସେ ମାତ୍ର ୭୦ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ । ଲୋକେଶ ରାହୁଲ ୨୦ ବଲରେ ଦ୍ରୁତ ୩୯ ରନ୍ କରି ଭାରତକୁ ୩୯୭ ରନର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ୩୯୮ ରନର ପିଛା କରି ନ୍ୟୁଜିଲାଣ୍ଡ ଶୀଘ୍ର ୨ ୱିକେଟ ହରାଇଥିଲା । ଆଉ ଦୁଇଟି ଯାକ ୱିକେଟ ମହମ୍ମଦ ସାମି ନେଇଥିଲେ । ଦୁଇ ୱିକେଟ ଯିବା ପରେ ଅଧିନାୟକ କେନ ଓି୍ୱଲିୟମସ ଓ ଡେରିଲ ମିଚେଲ ଯୋଡି ୧୪୯ ବଲରେ ୧୮୧ ରନ କରିଥିଲେ । ୩୩ ଓଭରରେ ସାମି ଓି୍ୱଲିୟମସଙ୍କ ୱିକେଟ ନେଇଥିଲେ ।

୨୨୦ ରନରେ ନ୍ୟୁଜିଲାଣ୍ଡର ୪ ୱିକେଟ ଯିବା ପରେ ଭାରତର ପଲ୍ଲା ଭାରି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଲା । ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱକପ ଆରମ୍ଭରୁ ଭାରତ ଅପରାଜେୟ ରହି ଆସିଛି । ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ । ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କର ଦୁଇଟି ରେକର୍ଡକୁ କାଟି ଦେଇଛନ୍ତି କୋହଲି । ଦିନିକିଆ କ୍ରିକେଟରେ ପଚାଶ ତମ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକରଙ୍କର ରେକର୍ଡ ୪୯ ତମ ଶତକକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି ବିରାଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !