Masthead

ପ୍ରଦୂଷଣ ତାଲିକାରେ ଭାରତ ୮ନଂ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚରମସୀମାରେ ପହଞ୍ଚିଲାଣି ପ୍ରଦୂଷଣ ମାତ୍ରା । ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା । ପ୍ରମାଦ ଗଣୁଛନ୍ତି ସାଧାରଣ ଜନତା । ଏହାରି ଭିତରେ ଆସିଛି ବଡ଼ ଖବର । ସମଗ୍ର ପୃଥିବୀରେ ୫୦ଟି ଅଧିଳ ପ୍ରଦୂଷଣ ସହର ମଧ୍ୟରୁ ଭାରତରେ ଅଛି ୩୯ଟି ସହର । ସୁଇଜରଲ୍ୟାଣ୍ଡର ଆଇକିୟୁଏୟାର ସଂସ୍ଥାର ରିପୋର୍ଟ ପ୍ରତିଟି ଭାରତୀୟଙ୍କୁ ଛାତି ନିଶ୍ଚୟ ଥରାଇଦେବ । ଏହି ସଂସ୍ଥା ମଙ୍ଗଳବାର ପ୍ରକାଶ କରିଛି ୱାଲ୍ନ ଏୟାର କ୍ୱାଲିଟି ରିପୋର୍ଟ ।

ରିପୋର୍ଟରେ କୁହାଯାଇଛି ୨୦୨୨ରେ ପୃଥିବୀରେ ସବୁଠାରୁ ପ୍ରଦୂଷିତ ଦେଶ ତାଲିକାରେ ଭାରତର ସ୍ଥାନ ୮ । ୨୦୨୧ରେ ଭାରତର ସ୍ଥାନ ୧୫ ଥିଲା । ୨୦୨୨ରେ ଏହା ଖସି ୮ରେ ପହଞ୍ଚିଛି । ଆଇକିୟୁଏୟାର ପ୍ରଦୂଷିତ ସହର ତାଲିକା ଅନୂସାରେ ଚଦ୍, ଇରାକ୍, ପାକିସ୍ତାନ, ବାହାରିନ୍, ବାଙ୍ଗଲାଦେଶ, ବୁରକିନା ଫ୍ରାସ୍କୋ, କୁଏତ୍, ଭାରତ, ଇଜିପ୍ଟ ଓ ତାଜିକିସ୍ତାନ ପୃଥିବୀର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦୂଷଣ ନେଇ ଜାରି କରିଥିବା ଗାଇଡଲାଇନର ବହୁ ତଳେ ରହିଛି ଅଷ୍ଟ୍ରେଲିଆ, ଇଷ୍ଟୋନିଆ, ଫିନଲାଣ୍ଡ, ଗ୍ରେନାଡା, ଆଇସଲ୍ୟାଣ୍ଡ ଓ ନିୟୁଜଲ୍ୟାଣ୍ଡ ।

୩୦ହଜାର ସ୍ୱେଚ୍ଛାସେବୀ, ୮ଟି ସରକାରୀ ଓ ବେସରକାରୀ ସଂସ୍ଥା ୧୩୧ ଦେଶର ୭ହଜାର ୩୦୦ ସ୍ଥାନର ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ପରେ ଆଇକିୟୁଏୟାର ସଂସ୍ଥା ପ୍ରକାଶ କରିଛି ୱାଲ୍ନ ଏୟାର କ୍ୱାଲିଟି ରିପୋର୍ଟ । ଭାରତରେ ପରିବହନ ସେକ୍ଟର ୨୦ରୁ ୩୫ ପ୍ରତିଶତ ବାୟୁ ପ୍ରଦୂଷିତ କରିଥାଏ । ବାୟୁ ପ୍ରଦୂଷିତ କରିବାର ଅନ୍ୟ ସେକ୍ଟରଗୁଡିକ ହେଲା ଶିଳ୍ପ, ତାପଜ ବିଦୁ୍ୟତ୍ କେନ୍ଦ୍ର ଓ ଅଳିଆ ଆବର୍ଜନାରେ ଲାଗୁଥିବା ନିଅାଁ ।ପୃଥିବୀରେ ସବୁଠାରୁ ପ୍ରଦୂଷିତ ସହର ତାଲିକାର ପ୍ରଥମରେ ଅଛି ପାକିସ୍ତାନର ଲାହୋର । ତା’ ତଳକୁ ଅଛି ଚୀର ହୋଟନ୍ । ତୃତୀୟରେ ରାଜସ୍ଥାନର ଭିୱାଡି ଏବଂ ଚତୁର୍ଥରେ ଦିଲ୍ଲୀ । ରିପୋର୍ଟରେ କୁହାଯାଇଛି ବର୍ଷକୁ ମାତ୍ର ୨୦ଥର ଦିଲ୍ଲୀର ପ୍ରଦୂଷଣ ପିଏମ୍ ୨.୫ ସ୍ତରରେ ରହୁଛି । ବାୟୁ ପ୍ରଦୂଷଣ ମାପିବା ପାଇଁ ପିଏମ୍ ଏକ ମାନଙ୍କ । ପିଏମ୍ ୨.୫ ରହିଲେ ଏହା ପଦୂଷଣ ମୁକ୍ତ ବୋଲି କୁହାଯାଇଥାଏ ।

ସେହିପରି ପୃଥିବୀର ସବୁଠାରୁ ପ୍ରଦୂଷିତ କ୍ୟାପିଟାଲ ଭିତରେ ଦିଲ୍ଲୀର ସ୍ଥାନ ୧ନମ୍ବର । ଗ୍ରେଟର ଦିଲ୍ଲୀ ଓ ନିୟୁଦିଲ୍ଲୀ ଉଭୟ ସହର ପ୍ରଦୂଷିତ । ଭାରତର ଧଡକନ୍ କୁହାଯାଉଥିବା ଜାତୀୟ ରାଜଧାନୀ ଦିଲ୍ଲୀ ସଂଲଗ୍ନ ନୋଇଡା, ଘାଜିଆବାଦ, ଗୁରୁଗାଓଁ ଓ ଘାଜିଆବାଦ ମଧ୍ୟ ପ୍ରଦୂଷିତ । ସମଗ୍ର ପୃଥିବୀରେ ମୁକ୍ତ ବାୟୁ ଅଭାବରୁ ୯୩ ବିଲିୟନ୍ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ଭାଗ୍ୟରେ ବିଶୁଦ୍ଧ ବାୟୁ ସ୍ୱପ୍ନ । ପ୍ରତିଦିନ ସେମାନେ ନାନା ରୋଗରେ ଛଟପଟ ହେଉଛନ୍ତି । ଗୁରୁତବପୂର୍ଣ୍ଣ କଥା ହେଉଛି ମୁକ୍ତ ବାୟୁ ଅଭାବରୁ ସମଗ୍ର ପୃଥିବୀରେ ୬ ମିଲିୟନ୍ ଲୋକଙ୍କର ମୃତ୍ୟୁ ହେଉଛି । ନିର୍ମଳ ଓ ବିଶୁଦ୍ଧ ବାୟୁ ଅଭାବରୁ ନାନା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଯେପରି ଆସ୍ଥାମା, କ୍ୟାନସର, ହାର୍ଟ ଡିଜିଜ୍, ଫୁସଫୁସ ଜନିତ ରୋଗ, ଅଳ୍ପ ବୟସରଙ୍କ ମୃତ୍ୟୁ ।

ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ୧୦ ଓ ହରିୟାନାର ୭ ସହରର ବାୟୁ ପ୍ରଦୂଷଣ ମାତ୍ର ଧୀରେ ଧୀରେ ବଢିବାରେ ଲାଗିଛି । ୨୦୨୧ ଅପେକ୍ଷା ୨୦୨୨ରେ ସମଗ୍ର ଭାରତରେ ୩୯ ସହରର ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଦେଶରେ ଥିବା ୬ଟି ମେଟ୍ରୋ ସିଟି ମଧ୍ୟରୁ ଦିଲ୍ଲୀ ଅପେକ୍ଷା କୋଲକାତା ଅଧିକ ପ୍ରଦୂଷିତ । ଦେଶର ସବୁଠାରୁ ପରିଷ୍କାର ମୋଟ୍ରୋ ସହର କୁହାଯାଉଥିବା ଚେନ୍ନାଇ ସେଫ୍ ଲେଭଲରେ ରହିଛି । ୨୦୧୭ଠାରୁ ହାଇଦ୍ରାବାଦ ଓ ବେଙ୍ଗାଲୁରର ବାୟୁ ପ୍ରଦୂଷଣ ଧୀରେ ଧୀରେ ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?